ଗୋପାଳ ସମାଜ ପକ୍ଷରୁ କର୍ଣ୍ଣୋଳୀ ଗ୍ରାମରେ ନନ୍ଦ ମହୋତ୍ସବ ପାଳିତ
ଆସିକା (ୱାଇଏନ୍ଏସ୍) : ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଷୋହଳ ଖଣ୍ଡ ଗୋପାଳ ସମାଜ ଧରାକୋଟ ତାଲୁକା ଆନୁକୁଲ୍ୟରେ ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମ ପଚଂୟାତରେ କର୍ଣ୍ଣୋଳୀ ଗ୍ରାମରେ ଏକ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ନନ୍ଦ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଷୋହଳଖଣ୍ଡ ଗୋପାଳ ସମାଜ ବିଭିନ୍ନ ତାଲୁକାର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ଯୋଗ ଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥିଲେ। ଧରାକୋଟ ତାଲୁକାର ସଭାପତି ଶତୃଘନ ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଷୋହଳ ଖଣ୍ଡ ଗୋପାଳ ସମାଜର ଜିଲ୍ଲା ସଭାପତି ନନ୍ଦକିଶୋର ମହାଙ୍କୁଡ, ସଂପାଦକ ନାରାୟଣ ମହାଙ୍କୁଡ, ଉପସଭାପତି ଶିବରାମ ଗୌଡ ଓ ଧୋବା ଗୌଡ, ଆସିକା ଓକିଲ ସଂଘର ସଭାପତି ଅଜିତ୍ କୁମାର ଚୌଧୁରୀ ଓ ଯୁଗ୍ମ ସଂପାଦକ ମାନସପୂର୍ଣ୍ଣ ଆଚାର୍ଯ୍ୟ, ଷୋହଳ ଖଣ୍ଡ ଗୋପାଳ ସମାଜର ସକ୍ରିୟ କାର୍ଯ୍ୟକର୍ତ୍ତା ଅରୁଣ କୁମାର ଗୌଡ, ବିଜୟ କୁମାର ଗୌଡ, ଉଲ୍ଲାସ ଗୌଡ, ସୁବାସ ଚନ୍ଦ୍ର ଗୌଡ, ନରସିଂହ ଗୌଡ, ରମେଶ ଚନ୍ଦ୍ର ଗୌଡ, ପର୍ଶୁରାମ ଗୌଡ, ଗଣେଶ ମହାଙ୍କୁଡ, ମଧୁସୂଦନ ଗୌଡ, ଇନ୍ଦ୍ରମଣି ଗୌଡ, ସାରଥୀପ୍ରସାଦ ଗୌଡ, ଖଣ୍ଡଦେଉଳୀ ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀମତୀ ଆରତି ଦେବୀ ସ୍ୱାଇଁ ଓ ସମିତିସଭ୍ୟା ଶ୍ରୀମତୀ ସାହାନ୍ତା ଦଳେଇ ପ୍ରମୁଖ ଯୋଗଦେଇ ନନ୍ଦ ମହୋତ୍ସବ ପାଳନର ଆଧ୍ୟାତ୍ମିକ ରହସ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଗୋପାଳ ସମାଜର ସଂଗଠନକୁ ଆହୁରି ସୁଦୃଢ କରିବାକୁ ଆହ୍ୱାନ କରିବା ସହ ତାଲୁକାର ସଂଗଠନ ଓ ଗୋପାଳ ସମାଜର ପିଲାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ସମେତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଷୋହଳଖଣ୍ଡ ଗୋପାଳ ସମାଜ ଧରାକୋଟ ତାଲୁକାର ସଂପାଦକ ବୁଲୁ ଗୌଡ, ସହସଂପାଦକ ବିଜୟ କୁମାର ଗୌଡ, କୋଷାଧ୍ୟକ୍ଷ ଅଭିମନ୍ୟୁ ଗୌଡ, ଉପଦେଷ୍ଟା ସୁରେନ୍ଦ୍ରନାଥ ଗୌଡ, ସମୀକ୍ଷକ ସୁବାସ ଚନ୍ଦ୍ର ଗୌଡ, କମାଗଡ ମୁଠା ସଭାପତି ପ୍ରକାଶ ଚନ୍ଦ୍ର ଗୌଡ, ବାହାଡାଗୁଡା ମୁଠା ସଭାପତି ମନୋଜ କୁମାର ଗୌଡ, ସହସ୍ରାଙ୍ଗ ମୁଠା ସଭାପତି ଧୋବା ଗୌଡଙ୍କ ସମେତ ଧରାକୋଟ ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମ ପଂଚାୟତର କର୍ଣ୍ଣୋଳୀ ଗ୍ରାମରେ ଧରାକୋଟ ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନନ୍ଦ ମହୋତ୍ସବ ପାଳନ ଅବସରରେ ଘୃତଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ ସାଙ୍ଗକୁ ଗୋପାଳ ସମାଜର ଐତିହ୍ୟ ଓ ସଂସ୍କୃତି ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ବେଳେ ଭଗବାନ ଶ୍ରୀଗୋପାଳକୃଷ୍ଣଙ୍କ ବିଜେ ପ୍ରତିମାକୁ ବାଦ୍ୟବାଜଣାରେ ତାଳେତାଳେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଏହି ଅବସରରେ ଗୋପାଳ ସମାଜର ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାଧରମାନଙ୍କୁ ସମ୍ମାନିତ କରାଯାଇଥିଲା ।


