ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ ସର୍ବପଲ୍ଲୀ ଗୁରୁ ସମ୍ମାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବିଦ୍ୟା ବିକାଶ ପରିଷଦ ଓଡିଶା ଆନୁକୂଲ୍ୟରେ କଟକସ୍ଥିତ ଦୋଳମୁଣ୍ଡାଇ ବିଜୟ ଗୋବିନ୍ଦ ଭବନ ବାବା ସାଗର ବିଦ୍ୟାପୀଠ ପରିସରରେ ରାଜ୍ୟ ସ୍ତରୀୟ ପ୍ରତିଭା ପୂଜା ଓ ଚୟନ ସଭା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଏହି ରାଜ୍ୟ ସ୍ତରୀୟ ସଭାକୁ ପୌରହିତ୍ୟ କରିଥିଲେ । ଏଥିରେ ଉଦ୍‌ଘାଟକ ଭାବେ ବାବାଜୀ ବିଶ୍ୱନାଥ ଦାସ, ମୁଖ୍ୟ ଅତିଥି ଭାବେ ରାଜ୍ୟ ମାନବାଧିକାର କମିଶନର ସଦସ୍ୟ ଅସିମ୍ ଅମିତାଭ ଦାସ, ମୁଖ୍ୟବକ୍ତା ଡାକ୍ତର ଅରୁଣା ଆଚାର୍ଯ୍ୟ, ବିଶିଷ୍ଟ ଅତିଥି ଉଚ୍ଚ ମାଧ୍ୟମିକ ପରିଷଦ ଓଡିଶାର ସହକାରୀ ସଚିବ ଡ.ଯଶୋବନ୍ତ ସାମଲ, ଆଇନ୍‌ଜିବୀ ବାମଦେବ ବରାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟା ବିକାଶ ପରିଷଦର ସେବା ମୂଳକ କାର୍ଯ୍ୟ ଓ ପ୍ରତ୍ୟେକ ବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭାଧର ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଭଦ୍ରକ ଜିଲାର ଶିକ୍ଷାବିତ୍‌, ସାହିତ୍ୟିକ ତଥା ସୁସଂଗଠକ ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ କରାଯାଇ ସର୍ବପଲ୍ଲୀ ଗୁରୁ ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା । ସେହିପରି ଶିକ୍ଷକ ରମାକାନ୍ତ ଜେନା, ତାପସ୍ ସ୍ୱାଇଁ ଓ ଅଶୋକ ଦାସଙ୍କୁ ସମ୍ବର୍ଦ୍ଧିର୍ତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ