ନସିରପୁର ସ୍କୁଲର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ
ହାଟଡିହି,(ଓ୍ବାଇଏନଏସ): ହାଟଡିହି ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ ନସିରପୁର ଠାରେ ତିନିଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ୩୫ଜଣ ଛାତ୍ରଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇ ୧୦୦ମି. ଓ ୨୦୦ମି. ଦୌଡ,ପ୍ର ଦୌଡ, ପୁଚି, ମ୍ୟୁଜିକଚେୟାର, ଡ଼ିସକସ ଓ ସଟଫୁଟ ଥ୍ରୋ, ଦଉଡି ଡିଆଁ, ଅନ୍ଧ ପୁଟୁଳି, ଲମ୍ୱଡିଆଁ ଓ ଗଣିତ ଖେଳ ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ସାଂସ୍କୃତିକ ଉତ୍ସବରେ ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ମୁଖ୍ୟ ଅତିଥ୍ ଭାବେ ଆଞ୍ଚଳିକ ସାଧନ ଧନକେନ୍ଦ୍ର ସଂଯୋଜକ ରାଜେନ୍ଦ୍ର କୁମାର ବଳ ଯୋଗଦେଇ ବାର୍ଷିକ କ୍ରୀଡାକୁ ଉଦ୍ଘାଟନ କରିଥିଲେ । ସାଂସ୍କୃତିକ ଉତ୍ସବ ଓ ଉଦଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଡଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସମ୍ମାନୀତ ଅତିଥି ଭାବେ ଶ୍ରୀକାନ୍ତ ବିଶ୍ବାଳ, ପ୍ରଦୀପ କୁମାର ନାୟକ, ବିନୋଦ ବିହାରୀ ଚେହେରା ଓ ନିରଞ୍ଜନ ଦାସ ଯୋଗଦେଇ ଖେଳ ଦ୍ବାରା କିପରି ସୁସ୍ଥ ଓ ନିରୋଗ ରହି ପାରିବ ଏବଂ ଶିକ୍ଷା କ୍ଷେତ୍ରରେ ଏହାର ପ୍ରଭାବ ଉପରେ ଆଲୋକପାତ କାରିଥିଲେ । ଶିକ୍ଷକ ଅଭିମନ୍ୟୁ ପାଗଳ, ହରେକୃଷ୍ଣ ଦାସ,ରାମଚନ୍ଦ୍ର ମହାନ୍ତି, ଅମିତା ଦାସ, ଅଞ୍ଜନା ଦାସ, ଆଶାକର୍ମୀ ଉର୍ବସୀ ଦାସ, ପ୍ରବୋଧ ବାଧ ଦାସ, ବିଚିତ୍ର ଦାସ, ପ୍ରତାପ ଦାସ, ମିନତୀ ଦାସ, ରେବତୀ ଦାସ, ସଞ୍ଜନା ଦାସ ପ୍ରମୁଖ ଖେଳ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କାରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


