ଜାତୀୟ ପୁରସ୍କୃତ ଆଦର୍ଶ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ବନ ବିହାରୀ ସରକାରୀ ଉପ୍ରା ବିଦ୍ୟାଳୟର ଜାତୀୟ ପୁରସ୍କୃତ ଆଦର୍ଶ ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଶିଷ୍ଟ ଅତିଥି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଡ.ସୁଧାଂଶୁ ଶେଖର ନାୟକ, ମୁଖ୍ୟ ବକ୍ତା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାମ ଚନ୍ଦ୍ର ପଣ୍ଡା, ସମ୍ମାନୀତ ବକ୍ତା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡ.ଅଭୟ ସୂତାର, ସମ୍ବର୍ଦ୍ଧିତ ଅତିଥି ଅବସରପ୍ରାପ୍ତ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ପୃଷ୍ଟି ଏବଂ ଧର୍ମପତ୍ନୀ କାଦମ୍ବିନୀ ପୃଷ୍ଟି, ସମ୍ମାନୀତ ଅତିଥି ଡାଏଟ ଆଗରପଡାର ଅଧ୍ୟକ୍ଷ କାତ୍ତିକେଶ୍ୱର ରାଉଳ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ପ୍ରଫୁଲ୍ଲ କୁମାର ଗୋଛାୟତ, ନିର୍ମଳ ଚନ୍ଦ୍ର ସେଠୀ, ବିଡିଓ ସୀତାକାନ୍ତ ରାଉତ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର, ବେଷ୍ଟ ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଜେନା, ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମା, ଭାସ୍କର ଚନ୍ଦ୍ର ପାଢୀ, ଖଗେଶ୍ୱର ପଣ୍ଡା, ଚତୁର୍ଭୁଜ ପହି, ନାରାୟଣ ଚନ୍ଦ୍ର ଲେଙ୍କା, ଜଗନ୍ନାଥ ପାତ୍ର, ଅଲେଖ ଚନ୍ଦ୍ର ନାୟକ, ରମାକାନ୍ତ ଜେନା, ଗିରିଶ ବିହାରୀ ମିଶ୍ର, ରବିନ୍ଦ୍ର ସେଠୀ, ଶିକ୍ଷକ ଧର୍ମେନ୍ଦ୍ର ନାରାୟଣ ଜେନା, ଅବସରପ୍ରାପ୍ତ ଅଧ୍ୟାପକ ଡ.ମହେନ୍ଦ୍ର କୁମାର ସାହୁ, ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରିଣୀ ମଞ୍ଜୁଳାବାଳା ନାୟକ, ସରପଞ୍ଚ ଗଜେନ୍ଦ୍ର ସେଠୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ଅନିଲ କୁମାର ନାୟକ, ଶାଳବଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନରହରି ଜେନା, କୃଷ୍ଣ ଚନ୍ଦ୍ର ପଣ୍ଡା, ସମାଜସେବୀ କମଳାକାନ୍ତ ସାହୁ, ରବିନ୍ଦ୍ରନାଥ ସାହୁ, ଗୋକୁଳାନନ୍ଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି, କ୍ରୀଡା ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ, ଶିକ୍ଷକ ରମାକାନ୍ତ ଜେନାଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦାୟୀ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ‘ଆଗ୍ନେୟ ଅଜୟ’ ସ୍ମରଣିକା ଉନ୍ମୋଚନ ହେବା ସହ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶିକ୍ଷକ ସୁକାନ୍ତ ବେହେରା ଅତିଥି ପରିଚୟ, କଳା ଶିକ୍ଷକ ରମେଶ ପ୍ରସାଦ କର ସ୍ୱାଗତ ଭାଷଣ, ଶିକ୍ଷକ ସେକ୍ ଆଝାରୁଦ୍ଦୀନ ଉଦ୍ଦେଶ୍ୟ ଜ୍ଞାପନ, ଶିକ୍ଷକ ସତ୍ୟ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରମଜାନ ଅଲ୍ଲୀ, ପ୍ରଫୁଲ୍ଲ ମଲ୍ଲିକ, ବିଶ୍ୱନାଥ ମାଝୀ, ପ୍ରଶାନ୍ତ ରାଉତ, ଶିକ୍ଷୟିତ୍ରୀ ଝିଲିରାଣୀ ଘଡେଇ, ବୀଣାପାଣି ମହାକୁଡ, ଦୀପ୍ତିରେଖା ସାହୁ, ପରିଚାଳନା କମିଟିର ସଭାପତି ବିନୋଦ ବାରିକ, ଉପସଭାପତି କବିତା ସେଠୀଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ