ରାଷ୍ଟ୍ରୀୟ ମହିଳା ଆୟୋଗ ଆପଣଙ୍କ ଦ୍ୱାର – ମହିଳା ଜନ ଶୁଣାଣି ଅନୁଷ୍ଠିତ

ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟସ୍ଥିତ ଅଡିଟୋରିୟମ୍ ହଲ୍‌ରେ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ କାର୍ଯ୍ୟକ୍ରମ “ରାଷ୍ଟ୍ରୀୟ ମହିଳା ଆୟୋଗ ଆପଣଙ୍କ ଦ୍ୱାର – ମହିଳା ଜନ ଶୁଣାଣି” ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣିରେ ରାଷ୍ଟ୍ରୀୟ ମହିଳା ଆୟୋଗର ସଦସ୍ୟା ଡ଼. ଅର୍ଚ୍ଚନା ମଜୁମଦାର ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ସୁର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୂଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମହାନ୍ତି, ରାଷ୍ଟ୍ରୀୟ ମହିଳା ଆୟୋଗର ବିଶେଷ ସମନ୍ୱୟକ ସୁଶ୍ରୀ ନେହା ମହାଜନ ଗୁପ୍ତା, ଏବଂ ଜେ.ଟି.ଇ (ଆଇନ୍) ଶ୍ରୀ ମନମୋହନ ଶର୍ମା, ମଞ୍ଚାସିନ ଥିଲେ। ଆଜିର ଏହି ଜନ ଶୁଣାଣିରେ ୬ଟି ଜିଲ୍ଲାରୁ ମୋଟ୍ ୫୦ଟି ପୂର୍ବରୁ ପଞ୍ଜିକୃତ ଏବଂ ୧୫ଟି ୱାକ୍-ଇନ୍  ମାମଲା ଗ୍ରହଣ କରାଯାଇଥିଲା । ଏହି ଅଭିଯୋଗ ଗୁଡ଼ିକ ମୁଖ୍ୟତଃ ଘରୋଇ ହିଂସା, ଯୌତୁକ ନିର୍ଯାତନା ଏବଂ ବିବାହ ପୂର୍ବରୁ ବିଶ୍ୱାସଘାତକତା ଆଦି ସହ ଜଡ଼ିତ ଥିଲା। ଏହି ୬୫ଟି ଅଭିଯୋଗ ମଧ୍ୟରୁ ୩୮ଟି ମାମଲାର ତତ୍କାଳ ସମାଧାନ କରାଯାଇଥିଲା । ଅବଶିଷ୍ଟ ୧୨ଟି ମାମଲାର ରିପୋର୍ଟ ପୋଲିସ ନିକଟରେ ବିଚାରାଧୀନ ରହିଛି। ଏହି କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରୀୟ ମହିଳା ଆୟୋଗର ସଦସ୍ୟା ଡ଼. ଅର୍ଚ୍ଚନା ମଜୁମଦାର ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସହଯୋଗ ଏବଂ ତତ୍ପରତାକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଘରୋଇ ହିଂସାର ଶୂନ୍ୟ ସହନଶୀଳତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଜନ ଶୁଣାଣି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ବିକାଶଙ୍କ ଧନ୍ୟବାଦ ଅର୍ପଣ ସହ ସମାପନ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ