ଜାତୀୟ ଇଞ୍ଜିନିୟର୍ସ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା): ଭାରତରତ୍ନ ସାର୍ ଡ. ଏମ୍‌. ବିଶ୍ୱଶ୍ୱରାୟାଙ୍କ ୧୬୪ତମ ଜନ୍ମଦିନ ତଥା ଜାତୀୟ ଇଞ୍ଜିନିୟର୍ସ ଦିବସ ଅବସରରେ ବାଲେଶ୍ୱର ଇଞ୍ଜିନିୟର୍ସ ଫୋରମ୍ ପକ୍ଷରୁ ଓଟି ରୋଡ଼୍ ପାଶ୍ୱର୍ସ୍ଥିତ ଭେନ୍ୟା ପାରାଡାଇଜ୍ ସଭାଗୃହରେ ସୋମବାର ଦିନ ପାଳିତ ହୋଇଯାଇଛି। ସନ୍ଧ୍ୟାର ସାଧାରଣ ଅଧିବେଶନରେ ଅନୁଷ୍ଠାନର ସଭାପତି ଇଂ. ସୁଗତ ବୋଷ ସଭାପତିତ୍ୱ କରିଥିଲେ। ଅତିଥି ବକ୍ତା ଭାବେ ଟାଟା ମୋଟର୍ସର ପୂର୍ବତନ ମୁଖ୍ୟ ପରିଚାଳକ ଇଂ. ଅମୀୟ ସିଂହ, ପୂର୍ତ୍ତବିଭାଗର ପ୍ରାକ୍ତନ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଅଚ୍ୟୁତାନନ୍ଦ ଦାସ ଯୋଗଦେଇ ଦେଶ ନିର୍ମାଣରେ ଇଞ୍ଜିନିୟରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ବିଶଦ ଆଲୋଚନା କରିଥିଲେ। ଫୋରମ୍‌ର ସଂପାଦକ ଇଂ. ଡ. ହୃଷିକେଶ ସାହୁ ସଂଗଠନର ବିବରଣୀ ପାଠ କରିଥିଲେ। ସଭାକାର୍ଯ୍ୟ ଆରମ୍ଭରେ ମଞ୍ଚାସୀନ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସଂଗଠନ ମୁଖପତ୍ରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ବିଶିଷ୍ଟ ସେବାସମ୍ମାନରେ ଇଂ. ପଞ୍ଚାନନ ବାରିକ ଓ ଇଂ. ବିଶ୍ୱନାଥ ସାହୁଙ୍କୁ ଅତିଥିମାନେ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରିଥିଲେ। ସତ୍ୟରଞ୍ଜନ ମହାନ୍ତି ଓ ତାଙ୍କର ସାଥୀମାନେ ସ୍ୱାଗତସଂଗୀତ ଗାନ କରିଥିଲେ। ଉପସଭାପତି ଇଂ. ଅନନ୍ତ ନାରାୟଣ ବିଶୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଇଞ୍ଜିନିୟର ବିଶ୍ୱେଶ୍ୱରାୟାଙ୍କ ଜୀବନୀ ଓ ତାଙ୍କ ବହୁମୁଖୀ ପ୍ରତିଭା ଉପରେ ଇଂ. ଶ୍ୟାମସୁନ୍ଦର ମିଶ୍ର ଆଲୋକପାତ କରିଥିଲେ। ଇଞ୍ଜିନିୟରିଂ ଶିକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସଂଗଠନ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ସଂଗଠନର ଉପସଭାପତି ଇଂ ଶଶାଙ୍କ ଶେଖର ଦେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ବାଲେଶ୍ୱର ପୂର୍ତ୍ତବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ମାନସ ରଞ୍ଜନ ସେଠୀ ଉଦ୍‌ଘାଟନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ୧୦୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସିମେଣ୍ଟ୍ ଓ ଷ୍ଟିଲ୍ କମ୍ପାନୀମାନଙ୍କର ଉତ୍ପାଦନ ଦ୍ରବ୍ୟର ଏକ ସୁନ୍ଦର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନମାନଙ୍କର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଷୟିକ ଜ୍ଞାନର ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନମାନଙ୍କ ଦ୍ୱାରା ପ୍ରଦର୍ଶିର୍ତ ପ୍ରୋଜେକ୍ଟ ଓ ମଡେଲ୍‌ଗୁଡ଼ିକ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମ ପରିଚାଳନାରେ ଇଂ. ବିଜୟ କୁମାର ଦାସ, ଇଂ. ସନ୍ତୋଷ କୁମାର ଦାସ, ଇଂ. ରାଧାରଞ୍ଜନ ଦାସ, ଇଂ. ସପନ କୁମାର ପ୍ରଧାନ, ଇଂ. ନରନାରାୟଣ ପାଣିଗ୍ରାହୀ, ଇଂ. ସୁଦର୍ଶନ ଘଡ଼ାଇ, ଇଂ. ଶ୍ୟାମସୁନ୍ଦର ମିଶ୍ର, ଇଂ. ରାଜେଶ ପତି, ଇଂ. ସଞ୍ଜିବ ସେନାପତି, ଇଂ. ମାନସ ରଞ୍ଜନ ସାହୁ ଓ ଇଂ. ମାନସ କୁମାର ଦାସ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ