ଜାତୀୟ ଆଇନସେବା ଦିବସ ପ୍ରାଧିକରଣ ଦ୍ୱାରା ରକ୍ତଦାନ ଶିବିର ଓ ବିଭିନ୍ନ ଯୋଜନାର ହିତାଧିକାରୀ ପୁରସ୍କୃତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ନଭେମ୍ବର ୯ ତାରିଖ ଜାତୀୟ ଆଇନସେବା ଦିବସର ପ୍ରତିଷ୍ଠା ଉପଲକ୍ଷେ ଜିଲ୍ଲା ଆଇନସେବା ପ୍ରାଧିକରଣ ଆୟୋଜନରେ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ରୋଟାରୀ କ୍ଲବଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ଯୋଗଦେଇ ମା’ ତାରିଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ଓ ନିଜେ ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ,ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ,ମହିଳା କୋର୍ଟ ଜଜ୍ ନେହା ଦାଶ,ଆଇନସେବା ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ନେହାଶିଷ ସାହୁ,ଉପଖଣ୍ଡୀୟ ବିଚାରପତି ସୁମିତ୍ରା କୁମାରୀ ଦାଶ,ରୋଟାରୀ କ୍ଲବ ସଭାପତି ହରିହର ମହାନ୍ତ,ବରିଷ୍ଠ ଆଇନଜୀବି ଅଶ୍ୱିନୀ ପଟ୍ଟନାୟକ,ରେଡକ୍ରସ ଯୁଗ୍ମ ସଂପାଦକ ଏଆର୍ ଖାନ,କୋର୍ଟ ପରିଚାଳକ ଅଚୁ୍ୟତାନନ୍ଦ ସାମନ୍ତରା,ଅତିରିକ୍ତ ଶ୍ରମ ଅଧିକାରୀ ବିନୋଦ ବିହାରୀ ନାୟକ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାଗବତ ନାଏକ,ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ରୋଟାରୀ କ୍ଲବର ସମସ୍ତ ରୋଟାରିୟାନ୍,ପାନେଲ ଅଧିବକ୍ତା,ପାରା ଆଇନ ସ୍ୱେଚ୍ଛାସେବୀ,ଅଙ୍ଗନୱାଡି କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା,ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ଓ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଅଭିଭାଷଣ ଓ ସଭା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରମ ବିଭାଗ ତରଫରୁ ୪ ଜଣଙ୍କୁ ମୃତୁ୍ୟକାଳୀନ ସହାୟତା,୭ ଜଣଙ୍କୁ ବିବାହ ଅନୁଦାନ ରାଶି,୨୦ ଜଣଙ୍କୁ ନୂଆ ପଞ୍ଜିକୃତ କାର୍ଡ ବଂଟନ କରାଯାଇଥିଲ । ସେହିପରି ବ୍ଲକ ତରଫରୁ ୫ଜଣଙ୍କୁ ମଧୁବାବୁ ପେନସନ ଯୋଜନା,୬ ଜଣଙ୍କୁ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେସନ୍ କାର୍ଡ ଏବଂ ଜିଲ୍ଲା ରେଡକ୍ରସ ସମିତି ଦ୍ୱାରା ୧୫ ଜଣଙ୍କୁ କମ୍ବଳ ବଂଟନ କରାଯାଇଥିଲା । ପ୍ରାରମ୍ଭରେ ଆତ୍ମ ସମୀକ୍ଷା ମିଶନ, ଶିଶୁ ସୁରକ୍ଷା ଗୃହ ଘସିପୁରା ଦ୍ୱାରା ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଆଇନସେବା ପ୍ରାଧିକରଣର ସୌଜନ୍ୟରୁ ବହୁବିଧ ଜନମଙ୍ଗଳ କାର୍ଯ୍ୟ ଉକ୍ତ ଦିବସରେ ହାତକୁ ନିଆଯାଇ ଥିବାରୁ ଜନସାଧାରଣ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲ୍ଲାଜଜ୍,ବିଚାର ବିଭାଗୀୟ ଅଧିକାରୀ,ପିଏଲ୍ଭି,ପାନେଲ ଆଡଭୋକେଟ ଓ ଛାତ୍ରଛାତ୍ରୀ ତଥା ରୋଟାରୀୟାନ୍ ମାନେ ରକ୍ତଦାନ କରିଥିଲେ ।


