ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟରେ ଜାତୀୟସ୍ତରୀୟ ଅଧ୍ୟାପକ ପ୍ରଶିକ୍ଷଣ କାର୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଓ ଜାତୀୟ ପ୍ରଯୁକ୍ତି ମହାବିଦ୍ୟାଳୟ ଏନ୍.ଆଇ.ଟି ବିଷୟରେ ଜାତୀୟ ସ୍ତରୀୟ ଅଧ୍ୟାପକ ପ୍ରଶିକ୍ଷଣ କାର୍ୟକ୍ରମ (ଏଫ୍.ଡି.ପି) ଅଗଷ୍ଟ ୧୮ ରେ ଉଦ୍ଘାଟନ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ଦୁଇ ସପ୍ତାହବ୍ୟାପୀ ଅନୁଷ୍ଠିତ ହୋଇ ୨୯ ରେ ଉଦଯାପନ ହେବାର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଉଦ୍ଘାଟନୀ ଅବସରରେ ପ୍ରଫେସର ପି.କେ. ଜେନ୍, ନିର୍ଦ୍ଦେଶକ, ଏନ୍.ଆଇ.ଟି ପଟନା ଏବଂ ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ଉପକୁଳପତି, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ଇଂଜିନିୟରିଂ ବିଭାଗର ଡିନ ଉପସ୍ଥିତ ଥୂଲେ।