କେନ୍ଦୁଝର ଜିଲ୍ଲାରେ ରାଷ୍ଟି୍ରୟ ଲୋକ ଅଦାଲତ ଅନୁଷ୍ଠତ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ସମେତ ଆନନ୍ଦପୁର ଓ ଚମ୍ପୁଆର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ,ବଡବିଲ, ହାଟଡିହୀ, ତେଲକୋଇ ଓ ଘଟଗାଁ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି କୋର୍ଟ ଗୁଡିକରେ ରାଷ୍ଟି୍ରୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତ ଗୁଡିକରେ ସମୁଦାୟ ୫୮୨୯ ଟି ମକଦ୍ଦମା ସମାଧାନ କରାଯାଇ ୭,୮୯,୨୧,୭୫୦ ଟଙ୍କା ଆଦାୟ ହୋଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ରାଷ୍ଟି୍ରୟ ଲୋକ ଅଦାଲତକୁ ଜିଲ୍ଲା ଜଜ୍ କୋର୍ଟ ପରିସରରେ ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ୍ ଗୋପାଳ ଚନ୍ଦ୍ର ବେହେରା ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିି ଭଗବାନ ପ୍ରଧାନ,ପରିବାର ଅଦାଲତର ବିଚାରପତି ଇତିଶ୍ରୀ ମହାପାତ୍ର,ଅତିରିକ୍ତ ଜିଲ୍ଲାଜଜ୍ ମମିତା ଦାସ,ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ବିଚାରପତି ଇ. ବିଘ୍ନେଶ୍ୱର ରାଓ,ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ,ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ନାୟକ,ରେଜିଷ୍ଟ୍ରାର ସୁଚେତା କୃପାଳିନୀ,ମହିଳା କୋର୍ଟ ବିଚାରପତି ନେହା ଦାସ,ଉପଖଣ୍ଡିୟ ବିଚାରପତି ସୁମିତ୍ରା କୁମାରୀ ଦାସ,କନିଷ୍ଠ ବିଚାରପତି ପ୍ରଥମଶ୍ରେଣୀ ଅମ୍ବିକେଶ ପାଣିଗ୍ରାହୀ ନିଜ ନିଜ କୋର୍ଟ ଗୁଡିକରେ ମକଦ୍ଦମା ପରିଚାଳନା କରିଥିବାବେଳେ ପ୍ରାଧିକରଣର ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ସମସ୍ତ କୋର୍ଟ ପରିଚାଳନା ଭାର ସମେତ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର କାର୍ଯ୍ୟଭାର ସମ୍ଭାଳୀ ଥିଲେ । ଏହି ରାଷ୍ଟି୍ରୟ ଲୋକ ଅଦାଲତରେ ପ୍ରାକ୍ ବ୍ୟାଙ୍କ ମକଦ୍ଦମା ୩୬ଟି ମାମଲାର ସମାଧାନ ହୋଇ ୧୦,୭୭,୨୦୦ ଟଙ୍କା,ମଟରଯାନ ଦୁର୍ଘଟଣା ୫୫ଟି ମାମଲା ସମାଧାନ ହୋଇ ୫,୨୯,୮୫,୦୦୦ ଟଙ୍କା,ପ୍ରାକ୍ ଲୋକ ଉପଯୋଗୀ ସେବା ୪୧ଟି ସମାଧାନ ହୋଇ ୩,୧୮,୬୬୦ ଟଙ୍କା,ପ୍ରାକ୍ ବିଏସ୍ଏନ୍ଏଲ୍ ମକଦ୍ଦମା ୧୬ଟି ମାମଲାର ସମାଧାନ ହୋଇ ୧୭,୯୮୨ ଟଙ୍କା,ରାଜସ୍ୱ ମକଦ୍ଦମା ୫୧୮୭ଟି ମାମଲା ସମାଧାନ ହୋଇ ୭,୨୫,୦୧୫ ଟଙ୍କା,ଦେୱାନୀ ମକଦ୍ଦମା ୫୪ଟି ମାମଲା ସମାଧାନ ହୋଇ ୧,୫୯,୨୬,୮୧୧ ଟଙ୍କା,ଫୌଜଦାରୀ ମକଦ୍ଦମା ୪୨୭ଟି ମାମଲା ସମାଧାନ ହୋଇ ୭୮,୬୯,୦୮୨ ଟଙ୍କା ଆଦାୟ ହୋଇଥିଲା । ପାରିବାରିକ ମାମଲା ୧୧ଟି ଫଇସଲା ହୋଇଥିଲା । ଖାଉଟି ବିଭାଗର ୨ଟି ମକଦ୍ଦମା ଫଇସଲା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କୋର୍ଟ ପରିଚାଳକ ଅଚୁ୍ୟତ ସାମନ୍ତରାୟ,ନାଜିର ଦିଲ୍ଲୀପ ବେହେରା,ଆଇନସେବା ପ୍ରାଧିକରଣର ପ୍ୟାନେଲ ଅଧିବକ୍ତା ମାନସ ରଞ୍ଜନ ସାହୁ,କରୁଣାକର ବ୍ରହ୍ମ,ହାଡିବନ୍ଧୁ ମିଶ୍ର,ପବିତ୍ର ନାରାୟଣ ବିଦ୍ୟାଧର,ହୁସେନ ଉଦ୍ଦିନ,ଅର୍ଚ୍ଚନା ଦାସ,ରେଣୁଦେବୀ ସିଂ,ପ୍ରାଧିକରଣର କର୍ମୀ ସତ୍ୟରଞ୍ଜନ ଦାସ,ସ୍ନେହଲତା ବାସ୍କେ,ଦେବବ୍ରତ କୁମାର ଦାସ,ଶିଶିର କୁମାର ସାହୁ,ବିଶ୍ୱଜିତ ସାହୁ,ଦୀପ୍ତିରଞ୍ଜନ ଅବର୍ଦ୍ଦା ଉପସ୍ଥିତ ରହି ଲୋକ ଅଦାଲତର ସହଯୋଗ କରିଥିଲେ ।


