ଆସନ୍ତା ୧୩ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ

କଟକ, (ଓ୍ବାଇଏନଏସ):କଟକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଓ ସମସ୍ତ ତାଲୁକ୍ ଆଇନ ସେବା କମିଟି ପରିସରରେ ଆସନ୍ତା ୧୩.୦୯.୨୦୨୫ରିଖ ଶନିବାର ପୂର୍ବାହ୍ନ ୧୦ଘଟିକା ସମୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତରେ ସମସ୍ତ ପ୍ରକାର ପ୍ରାକ୍ ତଥା ବିଚାରଧୀନ ମକଦ୍ଦମା ଯଥା ମୋଟରଯାନ ଜନିତ ଦୁର୍ଘଟଣା, ଶ୍ରମ ବିବାଦ, ଜମି ଅଧିଗ୍ରହଣ, କ୍ଷତିପୂରଣ, ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ ଓ ଫୌଜଦାରୀ ମାମଲାର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଲୋକ ଅଦାଲତରେ ମକଦ୍ଦମା/ ବିବଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୂଡାନ୍ତ ଏବଂ ଅମଳଯୋଗ୍ୟ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ