କେନ୍ଦୁଝର ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ସମେତ ଆନନ୍ଦପୁର ଓ ଚମ୍ପୁଆର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ,ବଡବିଲ,ହାଟଡିହୀ,ତେଲକୋଇ ଓ ଘଟଗାଁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି କୋର୍ଟ ଗୁଡିକରେ ରାଷ୍ଟି୍ରୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତ ଗୁଡିକରେ ସମୁଦାୟ ୬୭୩୬ ଟି ମକଦ୍ଦମା ସମାଧାନ କରାଯାଇ ୧୭,୫୯,୬୦,୯୨୬ ଟଙ୍କା ଆଦାୟ ହୋଇଥିଲା । ଜିଲ୍ଲା ଓ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ରାଷ୍ଟି୍ରୟ ଲୋକ ଅଦାଲତକୁ ଜିଲ୍ଲା ଜଜ୍ କୋର୍ଟ ପରିସରରେ ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଗୋପାଳ ଚନ୍ଦ୍ର ବେହେରା ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଭଗବାନ ପ୍ରଧାନ,ପରିବାର ଅଦାଲତର ବିଚାରପତି ଇତିଶ୍ରୀ ମହାପାତ୍ର,ଅତିରିକ୍ତ ଜିଲ୍ଲାଜଜ୍ ମମିତା ଦାସ,ଅଧ୍ୟକ୍ଷ ସ୍ଥାୟୀ ଲୋକ ଅଦାଲତ ବିଚାରପତି ଇ. ବିଶ୍ୱେଶ୍ୱର ରାଓ,ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ,ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ନାୟକ,ରେଜିଷ୍ଟ୍ରାର ସୁଚେତା କୃପାଳିନୀ,ମହିଳା କୋର୍ଟ ବିଚାରପତି ନେହା ଦାସ,ଉପଖଣ୍ଡିୟ ବିଚାରପତି ସୁମିତ୍ରା କୁମାରୀ ଦାସ,କନିଷ୍ଠ ବିଚାରପତି ପ୍ରଥମଶ୍ରେଣୀ ଅମ୍ବିକେଶ ପାଣିଗ୍ରାହୀ,ଜଙ୍ଗମ ଈଶ୍ୱର ନିଜ ନିଜ କୋର୍ଟ ଗୁଡିକରେ ମକଦ୍ଦମା ପରିଚାଳନା କରିଥିବାବେଳେ ଭାରପ୍ରାପ୍ତ ପ୍ରାଧିକରଣର ସଚିବ ତଥା ମହିଳା କୋର୍ଟ ବିଚାରପତି ନେହା ଦାସ କୋର୍ଟ ପରିଚାଳନା ଭାର ସମେତ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର କାର୍ଯ୍ୟଭାର ସମ୍ଭାଳି ଥିଲେ । ଏହି ରାଷ୍ଟି୍ରୟ ଲୋକ ଅଦାଲତରେ ପ୍ରାକ୍ ବ୍ୟାଙ୍କ ମକଦ୍ଦମା ୫୫ଟି ମାମଲାର ସମାଧାନ ହୋଇ ୧୧,୦୯,୧୦୦ ଟଙ୍କା,ମଟରଯାନ ଦୁର୍ଘଟଣା ୬୧ଟି ମାମଲା ସମାଧାନ ହୋଇ ୧୫,୨୬,୧୭,୮୧୦ ଟଙ୍କା,ପ୍ରାକ୍ ଲୋକ ଉପଯୋଗୀ ସେବା ୨୩ଟି ସମାଧାନ ହୋଇ ୧,୧୩,୦୦୦ ଟଙ୍କା,ପ୍ରାକ ବିଏସ୍ଏନ୍ଏଲ୍ ମକଦ୍ଦମା ୨୫ଟି ମାମଲାର ସମାଧାନ ହୋଇ ୨୮,୩୯୬ ଟଙ୍କା,ରାଜସ୍ୱ ମକଦ୍ଦମା ୬୨୪୧ଟି ମାମଲାର ସମାଧାନ ହୋଇ ୫,୧୦,୯୭୮ ଟଙ୍କା,ଦେୱାନୀ ମକଦ୍ଦମା ୫୯ଟି ମାମଲା ସମାଧାନ ହୋଇ ୪୦,୮,୦୪୯ ଟଙ୍କା ,ଫୌଜଦାରୀ ମକଦ୍ଦମା ୨୫୮ଟି ମାମଲା ସମାଧାନ ହୋଇ ୧,୭୮,୩,୫୯୩ ଟଙ୍କା ଆଦାୟ ହୋଇଥିଲା । ପାରିବାରିକ ମାମଲା ୧୪ଟି ଫଇସଲା ହୋଇ ୨,୭୦,୦୦୦ ଟଙ୍କା ଆଦାୟ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କୋର୍ଟ ପରିଚାଳକ ଅଚୁ୍ୟତ ସାମନ୍ତରାୟ,ନାଜିର ଦିଲ୍ଲୀପ ବେହେରା,ଆଇନସେବା ପ୍ରାଧିକରଣର ପ୍ୟାନେଲ ଅଧିବକ୍ତା ସୁନିଲ କୁମାର ମହାନ୍ତ,କରୁଣାକର ବ୍ରହ୍ମ,ଅର୍ଚ୍ଚନା ଦାସ,ରମଣୀ ରଞ୍ଜନ ସେଠୀ,ପଦ୍ମଲୋଚନ ବାରିକ,ଦୀପକ କୁମାର ଦାସ,ହୁସେନ ଉଦ୍ଦିନ,ଶକ୍ତି ପ୍ରସାଦ ଶତପଥି,ସନ୍ଦୀପ କୁମାର ବେହେରା,ରେଣୁଦେବୀ ସିଂ,ପ୍ରାଧିକରଣ କର୍ମୀ ସତ୍ୟରଞ୍ଜନ ଦାସ,ସ୍ନେହଲତା ବାସ୍କେ,ଦେବବ୍ରତ କୁମାର ଦାସ,ମାନସ ରଞ୍ଜନ ନାଏକ,ଶିଶିର କୁମାର ସାହୁ ଉପସ୍ଥିତ ରହି ଲୋକ ଅଦାଲତରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ