ଜାତୀୟ ସଡକ ସୁରକ୍ଷା ମାସ ପାଳିତ

ଆସିକା (ୱାଇଏନ୍‍ଏସ୍‍) : ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପରାମର୍ଶ କ୍ରମେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆସିକା ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଶନିବାର ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହୋଇଯାଇଛି । ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥୀ ନାୟକଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ଏହି ଜାତୀୟ ସଡକ ସୁରକ୍ଷା ମାସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋଟର୍‍ଯାନ ନୀରିକ୍ଷକ (ଏମ୍‍ଭିଆଇ) କିଶୋର କୁମାର ଦେ, କନିଷ୍ଠ ମୋଟରଯାନ ନୀରିକ୍ଷକ ଶୁବାଶିଷ୍‍ ମହାରଣା, ସହକାରୀ ଟ୍ରାଫିକ୍‍ ଏସ୍‍ଆଇ ଏସ୍‍.କେ.ଅନ୍‍ସୁଦ୍ଦିନ୍‍, ଆସିକା ତହସିଲର ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ, ଆସିକା ଘରୋଇ ବସ୍ ମାଲିକ ସଂଘର ବରିଷ୍ଟ ଉପଦେଷ୍ଟା ମନୋରଞ୍ଜନ ପଣ୍ଡା, ବସ୍‌ଷ୍ଟାଣ୍ଡ ସମ୍ପାଦକ ତଥା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଜୋନ୍‌-୪ ସମ୍ପାଦକ ସନ୍ତୋଷ କୁମାର ପୋଲାଇ, ଆସିକା ଘରୋଇ ବସ୍‍ ମାଲିକ ସଂଘର ସାଧାରଣ ସଂପାଦକ ଜିତେନ୍ଦ୍ର କୁମାର ସ୍ୱାଇଁ, ଆସିକା ଘରୋଇ ବସ୍‍ ମାଲିକ ସଂଘର ସକ୍ରିୟ ସଦସ୍ୟ ରବିନ୍ଦ୍ରନାଥ ପୋଲାଇ, ଆସିକା ଟ୍ରକ୍‍ ମାଲିକ ସଂଘର ସଭାପତି ହେମନ୍ତ କୁମାର ପାଢୀ, ମିନିବସ୍‍ ମାଲିକ ସଂଘର ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଆସିକା ସରକାରୀ ନିରଂଜନ ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଏସ୍‍.ଟି.ରେହେମାନ୍‍ ଓ ଯୁବ ରେଡକ୍ରସର ସଂଯୋଜିକା ଅଧ୍ୟାପିକା ଡଃ ଲୀନା ଲିଲିୟାନ୍‍ ଓ ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ଜୀବନ ରକ୍ଷାର ବିଭିନ୍ନ ଦିଗ ତଥା ମୋଟର ସାଇକେଲ ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା, ଗାଡି ଚଳାଇବା ସମୟରେ ମୋବାଇଲରେ କଥାବାର୍ତ୍ତା ନହେବା, ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚଲାଇବା ସମୟରେ ଟ୍ରାଫିକ ନିୟମକୁ ମାନିବା, ଦୃତ ଗତିରେ ଗାଡି ନ ଚଳାଇବା, ସିଟ୍ ବେଲ୍ଟ ପରିଧାନ କରିବା, ଓଭରଟେକ୍ ନ କରିବା, ଲାଇସେନ୍ସ ନଥାଇ ଗାଡି ନଚଳାଇବା, ସର୍ବସାଧାରଣ ସ୍ଥାନରେ ପାର୍କିଂ ନକରିବା, ଦୁଇଚକିଆ ଯାନରେ ଅଧିକ ଯାତ୍ରୀ ନ ବସାଇବା, ଗାଡି ଚଳାଇବା ପୂର୍ବରୁ ଗାଡିର ବ୍ରେକ୍‍ ଓ ହର୍ଣ୍ଣ ଏବଂ ଇଣ୍ଡିକେଟର୍‍ ସାଙ୍ଗକୁ ଟାୟର୍‍ ପ୍ରେସର୍‍ ଯାଞ୍ଚ କରିବା, ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରିବା ସମେତ ଟ୍ରାଫିକର ନିୟମାବଳୀ ଉପରେ ଲୋକଙ୍କୁ ସଚେତନତା କରିଥିବା ଲକ୍ଷ୍ୟ କରାଯାଇଥିଲା । ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟର ପରାମର୍ଶକ୍ରମେ ଆସିକାରେ ଅନୁଷ୍ଠିତ ଜାତୀୟ ସଡକ ସୁରକ୍ଷା ମାସ ପାଳନ କାର୍ଯ୍ୟକ୍ରମରେ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଓ ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ମହାବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ବହୁ ବିଦ୍ୟାର୍ଥୀ ଓ ସଚେତନ ନାଗରିକ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଆସିକା ଘରୋଇ ବସ୍‍ ମାଲିକ ସଂଘର କାର୍ଯ୍ୟକର୍ତ୍ତା ଜିତେନ୍ଦ୍ର କୁମାର ରେଡି, ନାରାୟଣ ପୋଲାଇ, ପରିକ୍ଷିତ ନାହାକ, ଧୋବା ପ୍ରଧାନ, ସୁଶାନ୍ତ ପୋଲାଇ, କୃଷ୍ଣ ରେଡି, ବାବୁଲା ବିଷୋୟୀ, ସୂର୍ଯ୍ୟକାନ୍ତ ପରିଡା, ଶଙ୍କର ନାହାକ, ଜିତେନ୍ଦ୍ର ସ୍ୱାଇଁ, ଗାନ୍ଧୀ ପୋଲାଇ, ସତ୍ୟ ପରିଡା, ଗୁରୁନାଥ ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା। ଦୈନିକ ସଡକ ଦୁର୍ଘଟଣାରେ ବିଭିନ୍ନ ଅଞ୍ଚଳରେ ମୃତାହତ ଓ ଆହତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଡକ ଦୁର୍ଘଟଣା ଯୋଗୁଁ ଅକାଳରେ ଉଜୁଡିଯାଉଛି ବହୁ ପରିବାର । ନିଶା ସେବନ କରି ବେପରୁଆ ଗାଡି ଚାଳନା ସହ ସଡକ ସୁରକ୍ଷା ନିୟମ ଉଲଙ୍ଘନ ହିଁ ଏହି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପରାମର୍ଶ ଏବଂ ଭଂଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକାରେ ଅନୁଷ୍ଠିତ ୩୭ତମ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଚଳିତବର୍ଷର ଥିମ୍‍ ଥିବା ଶିକ୍ଷାରୁ ସୁରକ୍ଷା, ପ୍ରଯୁକ୍ତିର ପରିବର୍ତ୍ତନର ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିଲା ବେଳେ ଏହି ଅବସରରେ ପଥପ୍ରାନ୍ତ ନାଟକ ଓ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ