ରାଣୀ ପାଟଣା ଦୃଷ୍ଟିହୀନ ଓ ମାନସିକ ପକ୍ଷାଘାତ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ବାଲେଶ୍ଵର (ଓ୍ବାଇଏନଏସ): ଶନିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିବାକର ସ ଙ୍କ ସଭାପତିତ୍ବରେ ଜାତୀୟ ବିଜ୍ଞାନ ଦିବସ ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ବାଲେଶ୍ଵର ସଦର ଏ.ବି.ଓ. ଶ୍ରୀଯୁକ୍ତ ଶୁଭେନ୍ଦୁ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ପଙ୍କଜ ଦାସ ଜିଲ୍ଲା ବିଜ୍ଞାନ ଶିକ୍ଷା ପରିଦର୍ଶକ, ଭିଜନ ଏମ୍ପୋୱେରମେଣ୍ଟ ର ତୃପ୍ତି ସୁଧା ପରିଡା ଉପସ୍ଥିତ ଥିଲେ । ପ୍ରଥମେ ପଦାର୍ଥ ବିଜ୍ଞାନ ର ବୈଜ୍ଞାନିକ ସାର C.V.Raman ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅତିଥି ମାନେ ବିଜ୍ଞାନ ଦିବସ ପାଳନ ଓ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ସାର C.V.Raman ଙ୍କ ବିଜ୍ଞାନ ପ୍ରତି ବଳିଷ୍ଠ ଅବଦାନ ବିଷୟରେ ଆଲୋକପାତ କରିଥିଲେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ Experiment ଇତି କ୍ରୀଷ୍ଣା ଭଞ୍ଜ , ମାହେଶ୍ୱରୀ ପ୍ରଧାନ , ମନିଷା ଟୁଡୁ , ମେଘନା ସିଂ , ସୁମିତ୍ରା ସିଂ , ସୁଲଚନା ସିଂ , ସରସ୍ଵତୀ ମୁର୍ମୁ , ରାଜକିଶୋର ସିଂ , ଅଶ୍ଵିନୀ ନାଏକ , ଶିବ ଗଙ୍ଗେଇ , ରାହୁଲ ସିଂ , ପହଲା ମୁର୍ମୁ , ବାପୁନି ଜେନା , ସିତୁ ଦାସ , ଦିନେଶ ସିଂ ଓ ଲକ୍ଷ୍ମଣ ମୁଣ୍ଡା ଦ୍ଵାରା ପ୍ରଦର୍ଶିତ experiment କୁ ବୁଲି ଦେଖିବା ସହିତ ସମସ୍ତ ତଥ୍ୟ ପଚାରି ବୁଝିଥିଲେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟ କୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।


