ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରରେ ଉଦ୍ଭିଦ ବିଜ୍ଞାନ, ଭୂତତ୍ତ୍ବ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ‘ ଜୈବ ବିବିଧତା ପାଇଁ ଆଣବିକ ଓ ଭୂତାତ୍ତ୍ବିକ ଚିନ୍ତାଧାରା ‘ ବିଷୟକ ଶୀର୍ଷକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉଦ୍ ଘାଟନୀ ଦିବସରେ ପୈ।ରୋହିତ୍ୟ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ଲଳିତ ରଂଜନ ସାହୁ । ପ୍ରଥମ ଦିବସର ପ୍ରଥମ ଅଧିବେଶନରେ ପ୍ରଫେସର ଚିତ୍ତ ରଞ୍ଜନ ସାହୁଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ବନାଂଚଳ ଅଧିକାରୀ ଶ୍ରୀ ଧନରାଜ ଏଚଡି ଯୋଗଦେଇ ଜଙ୍ଗଲର ରକ୍ଷଣାବେକ୍ଷଣ ଓ ଉଦ୍ଭିଦର ସଂରକ୍ଷଣର ଆବଶ୍ୟକତା ରହିଛି ବୋଲି ଆଲୋଚନା ରଖିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ପ୍ରଫେସର ପଦ୍ମଜା ଗୁଡିପାଲି ଓ ପ୍ରଫେସର ଶିବପ୍ରସାଦ ପରିଡା ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିବିଧ ପରିବେଶର ସନ୍ତୁଳନ , ବିଲୋପ ହେଇଯାଉଥିବା ଉଦ୍ଭିଦର ସଂରକ୍ଷଣ ତଥା ଜୈବ ବିବିଧତା ପାଇଁ ସୁରକ୍ଷା ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ଆଲୋଚନା ହୋଇଥିଲା ‌। ଆଲୋଚନା ଗୁଡିକୁ ସମୀକ୍ଷା କରିଥିଲେ ଅନ୍ୟତମ ସମ୍ମାନିତ ଅତିଥି ପ୍ରଫେସର ବନବିହାରୀ ମିଶ୍ର । ଆଲୋଚନାଚକ୍ରର ପ୍ରମୁଖ ଭାଷଣ ପାଠ କରିଥିଲେ ପ୍ରଫେସର ରାକେଶ କୁମାର ସିଂ। ଦ୍ବିତୀୟ ଅଧିବେଶନରେ ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ଓ ଡ.ଚିତ୍ତରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପଦ୍ମଜା ଗୁଡିପାଲି, ପ୍ରଫେସର ଶିବପ୍ରସାଦ ପରିଡା ଓ ସରୋଜ କୁମାର ପୁଜାରୀ ନିଜ ନିଜର ପ୍ରବନ୍ଧ ପାଠ କରିଥିଲେ । ଚା’ ପାନର ବିରତି ପରେ ପ୍ରଫେସର ପଦ୍ମଜା ଗୁଡିପାଲି ଓ ଡ. ବିଷ୍ଣୁ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ ମହାନ୍ତି, ଡ. ଦେବାଶିଷ ମହାପାତ୍ର, ଡ. ଅରୁଣ ରୟ ଓ ଶ୍ରୀଯୁକ୍ତ ଏକଲବ୍ୟ ବାରିକ୍ ପ୍ରବନ୍ଧ ପାଠ କରିଥିଲେ । ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନରେ ପ୍ରଫେସର ଶିବପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀମାନେ ପ୍ରବନ୍ଧ ପାଠ କରିଥିଲେ। ଦ୍ବିତୀୟ ଅଧିବେଶନରେ ପ୍ରଫେସର ରାକେଶ କୁମାର ସିଂ ଓ ପ୍ରଫେସର ପ୍ରଭୁ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅଧ୍ୟାପିକା ଡ. ସୁଚିସ୍ମିତା ପଟ୍ଟନାୟକ, ଅଧ୍ୟାପକ ଶିବପ୍ରସାଦ ମହାନ୍ତି, ଅଧ୍ୟାପକ ସୁରେଶ ଚନ୍ଦ୍ର ଜେନା ଓ ଅଧ୍ୟାପକ ରଜତ କୁମାର ପାଢ଼ୀ ପ୍ରବନ୍ଧ ପାଠ କରିଥିଲେ । ଦ୍ବିତୀୟ ଦିବସର ଉଦ୍ ଯାପନୀ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସାହୁ ଅଧ୍ୟକ୍ଷତା କରିଥିଲେ। ସମାରୋହରେ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଧରଣୀଧର ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରତିଭା ପୃଷ୍ଟି , ଧରଣୀଧର ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ବିଭୁପ୍ରସାଦ ଦାସ ଓ ଡ. ସୁଚିସ୍ମିତା ପଟ୍ଟନାୟକ। ଆଲୋଚନା ଚକ୍ରରେ ଏଭଳି ବିଷୟକ ଶୀର୍ଷକ ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟତା ଓ ସମାଜ କ୍ଷେତ୍ରରେ ଏହାର ଆବଶ୍ୟକତାକୁ ଉପଲବ୍ଧି କରାଯାଇପାରେ ବୋଲି ସମ୍ମାନିତ ଅତିଥିବୃନ୍ଦ ଓ ମୁଖ୍ୟ ଅତିଥି ନିଜର ବକ୍ତବ୍ୟ ରଖିଥିଲେ । ଆଲୋଚନା ପରେ ଧନ୍ୟବାଦ ଅର୍ପଣ କରିଥିଲେ ଡ. ଆଲ୍ଫା ସରିତା ମହାନ୍ତି । ଏହି ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ରରେ ପ୍ରଥମ ଦିବସର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଉଦଯାପନୀ ସମାରୋହରେ ପୁରସ୍କୃତ କରାଯାଇଥିଲା । ଆଲୋଚନା ଚକ୍ରରେ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀଗଣ ସମେତ ଗୋନାସିକା ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଅଣ ଶିକ୍ଷକବୃନ୍ଦ ତଥା ବହୁ ବୁଦ୍ଧିଜୀବୀଙ୍କ ସମାଗମ ହେତୁ ଆଲୋଚନାଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ