ପଦାର୍ଥ ବିଜ୍ଞାନ ବିଭାଗରେ ଜାତୀୟ ଆଲୋଚନା ଚକ୍ର
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଧରଣୀଧର ବିଶ୍ୱ ବିଦ୍ୟାଳୟ ଉତ୍ତର ପରିସରରେ ପଦାର୍ଥ ବିଜ୍ଞାନ ବିଭାଗ ଦ୍ୱାରା “ ଫ୍ରମ ଦି ମାଇକ୍ରୋସ୍କୋପିକ ଟୁ ଦି କସମିକ୍ : ଆଡଭାନ୍ସସେସ ଇନ ମଡର୍ଣ୍ଣ ଫିଜିକ୍ସ” ବିଷୟ ବସ୍ତୁ ଭିତ୍ତିକ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ଦୀପ ପ୍ରଜ୍ୱଳନ କରି ଆଲୋଚନା ଚକ୍ରକୁ ଉଦ୍ଘାଟନ କଲା ପରେ ଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିଦେ୍ର୍ଦଶକ ପ୍ରଫେସର କରୁଣାକର ନନ୍ଦ ଯୋଗ ଦେଇ ଅମ୍ଳଜାନର ଉପସ୍ଥିତି କିପରି ପଦାର୍ଥର ଗୁଣାତ୍ମକ ପରିବର୍ତ୍ତନ କରି ଆଧୁନିକ ନାନୋ ପ୍ରଯୁକ୍ତି ବିଦ୍ୟାକୁ ପ୍ରଭାବିତ କରିପାରେ ସେ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପାଟନାସ୍ଥିତ ଇଣ୍ଡିଆନ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିର ବରିଷ୍ଠ ବୈଜ୍ଞାନିକ ଡ. ମନୋରଞ୍ଜନ କର ନିଜ ଅଭିଭାଷଣରେ ନାନୋ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି କଲିକତାସ୍ଥିତ ଭାରିଏବୁଲ ଏନର୍ଜି ସାଇକ୍ଲୋଟ୍ରନ ସେଣ୍ଟର ର ବିଶିଷ୍ଟ ବୈଜ୍ଞାନିକ ଡ. ଯଯାତି କେଶରୀ ନାୟକ ନିଜ ବକ୍ତବ୍ୟରେ ବିଶ୍ୱ ବ୍ରହ୍ମାଣ୍ଡର ଉତ୍ପତି ଓ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ସଭାପତି ତଥା ବିଶ୍ୱ ବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଭୁପ୍ରସାଦ ଦାସ ନିଜ ବକ୍ତବ୍ୟରେ ଏପରି ଆଲୋଚନାଚକ୍ର ଗବେଷଣାକୁ ଉସôାହିତ କରିବ ବୋଲି କହିଥିଲେ । ଉକ୍ତ ଆଲୋଚନାଚକ୍ରରେ କନଭେନର ଦୋଳଗୋବିନ୍ଦ ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଆଲୋଚନାଚକ୍ରର ଉଦେ୍ଦଶ୍ୟ ସମ୍ପର୍କରେ କହିଥିଲେ । ଏହି ଅବସରରେ ଆଲୋଚନାଚକ୍ର ସମ୍ପର୍କିତ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଡ. କୃଷ୍ଣଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇ ଦିନିଆ ଏହି ଆଲୋଚନାଚକ୍ରରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ବହୁ ଗବେଷକ,ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉଦ୍ୟାପନୀ ଉସôବରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଭୁ ପ୍ରସାଦ ଦାସ ସଭାପତିତ୍ୱ କରି ଭବିଷ୍ୟତରେ ବିଭାଗ ଏହିପରି ଆଲୋଚନାଚକ୍ର କରିବାକୁ ପରାମର୍ଶ ଦେଇଥିଲେ । ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ବିଜୟ କୁମାର ବେହେରା,ଡ଼ ତନ୍ମୟ ଦାସ,ଡ଼ ଇପ୍ସିତା ମହାନ୍ତି,ଡ଼ ପୂଜାଶ୍ରୀ ପ୍ରିୟଦର୍ଶିନୀ ସେଠୀ,ଡ଼ ପତିତପାବନ ସାହୁ,ଡ଼ ସ୍ୱରୂପ ଆଚାର୍ଯ୍ୟ,ନୈସର୍ଗିକା ନାୟକ,ରଶ୍ମିକାନ୍ତ ପ୍ରଧାନ ତଥା ବିଭାଗର ସମସ୍ତ କର୍ମଚାରୀ ସକ୍ରୀୟ ସହଯୋଗ କରିଥିଲେ ।


