ଓଡ଼ିଆ ବିଭାଗ ପକ୍ଷରୁ ଜାତୀୟ ଆଲୋଚନା ଚକ୍ର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ପାଢ଼ୀ ଙ୍କ ପୌରାହିତ୍ୟରେ ଆୟୋଜିତ ଉଦଘାଟନୀ ଅଧିବେଶନରେ “ସମକାଳୀନ ଓଡ଼ିଆ ସାହିତ୍ୟରେ ଜୀବନଚିତ୍ର” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼. ସୁରେନ୍ଦ୍ରନାଥ ପାଣିଗ୍ରାହୀ, ମୁଖ୍ୟ ଆଲୋଚକ ଭାବେ ଆନ୍ଧ୍ରପ୍ରଦେଶ ସୀତମପେଟା ସରକାରୀ ସ୍ନାତକ କଲେଜ ଅଧ୍ୟକ୍ଷ ଡ଼. ସୁଶାନ୍ତ ଜେନା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼. ହରିକୃଷ୍ଣ ନାୟକ, ଅଧ୍ୟାପକ ତଥା ନାଟ୍ୟକାର ଗୋପାଳ ମହାରଣା, ଆଇନଜୀବି ତଥା ସାହିତ୍ୟିକ କୁରେଶୁ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ସିଲୁ ମଣ୍ଡଳ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଆଲୋଚନାଚକ୍ର ରେ ଅଧ୍ୟାପକ ସିମାଞ୍ଚଳ ପ୍ରଧାନ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟାର୍ଦ୍ଧ ରେ ଡ଼. ସୁରେନ୍ଦ୍ରନାଥ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ଓଡ଼ିଆ କାବ୍ୟ କବିତା, ଗଳ୍ପ ପ୍ରବନ୍ଧ ଉପନ୍ୟାସ ଓ ନାଟକରେ ଜୀବନ ଚିତ୍ର ସମ୍ପର୍କିତ ବୈଷୟିକ ଅଧିବେଶନରେ ଆଲୋଚକ ଭାବେ ଡ଼. ସୁଶାନ୍ତ ଜେନା ଦିକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଗବେଷକ ସତ୍ୟନାରାୟଣ ମିଶ୍ର, ଗୋପାଳପୁର କଲେଜ ଓଡ଼ିଆ ଅଧ୍ୟାପକ ଡ଼. ରାଜେନ୍ଦ୍ର କୁମାର ମହାପାତ୍ର, ଗଜପତି ଜିଲ୍ଲା ମୋହନା କଲେଜ ଇଂରାଜି ଅଧ୍ୟାପକ ଡ଼. ପ୍ରଣବାନନ୍ଦ ପାଟ୍ଟଯୋଷୀ, ରା଼ୟଗଡା଼ କଲେଜ ଅଧ୍ୟାପକ ସୌଦାଗର ସିୟ, ପାଟପୁର କଲେଜ ଅଧ୍ୟାପକ କୁରେଶୁ ମହାରଣା, ଅଧ୍ୟାପିକା ଡ଼. ବାସନ୍ତି ନାୟକ, ଅଧ୍ୟାପକ ଲିଙ୍ଗରାଜ ରଥ, ଛାତ୍ରୀ ଆରାଧନା ପାତ୍ର, ଶୁଭଶ୍ରୀ ବିଷୋୟୀ, ଅଧ୍ୟାପକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶିବରାମ ସାହୁ ପ୍ରମୁଖ ବିଷୟ ଶୀର୍ଷକ ପ୍ରବନ୍ଧ ଉପସ୍ଥାପନା କରିଥିଲେ। ଏହି ଅବସରରେ କଲେଜ ଓଡ଼ିଆ ବିଭାଗ ପକ୍ଷରୁ ସ୍ମରଣିକା ‘ସ୍ବର୍ଣ୍ଣପ୍ରଭା’ କୁ ଅତିଥିବୃନ୍ଦ ଉନ୍ମୋଚନ କରିଥିଲେ।ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ଡମ୍ବରୁ ରାଉତ ଦିଗପହଣ୍ଡି ର ଜଣାଶୁଣା ସାହିତ୍ୟକ କୁରେଶୁ ପଣ୍ଡା ଙ୍କ ପ୍ରକାଶିତ ‘ମୁଠାଏ ଆକାଶ ‘ ଗଳ୍ପ ସଙ୍କଳନର ‘ନେତା ଆସିଛି ‘ ଶୀର୍ଷକ ଗଳ୍ପ କୁ ସମୀକ୍ଷା କରିଥିବା ବେଳେ ଅଧ୍ୟାପିକା ଡ଼.ବାସନ୍ତୀ ନାୟକ ନୂଆବର୍ଷର କବିତା ସଙ୍କଳନ ରେ ପ୍ରକାଶିତ ‘ ସଂସ୍କାରକ ‘ ଶୀର୍ଷକ କବିତା କୁ ‘ସ୍ୱର୍ଣ୍ଣପ୍ରଭା’ ସ୍ମରଣିକା ରେ ସମୀକ୍ଷା କରିଥିବା ଜଣାପଡିଛି।


