ହାଟଡିହି କଲେଜ ରେ ଜାତୀୟ ସେବା ଶିବିର
ହାଟଡିହି (ଓ୍ବାଇଏନଏସ): ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହିର ଜାତୀୟ ସେବା ଯୋଜନା ୟୁନିଟ ଦ୍ୱାରା ସ୍ୱଚ୍ଛ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏନ୍ ଏସ ଏସ ର ପ୍ରୋଗ୍ରାମ ଅଫିସର ଅଜୟ କୁମାର ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶିବିରରେ ଶହେ ଜଣ ସେବାର୍ଥି ଯୋଗଦେଇ କଲେଜ ପରିସର, ଶ୍ରେଣୀଗୃହ, ବଗିଚା ଆଦି ସଫା ସୁତୁରା କରିଥିଲେ। ଏହି କାର୍ଯ୍ୟକ୍ରମର ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଶୁଶାନ୍ତ କୁମାର ଜେନା, ମିନତୀ ଧଳ ମହାପାତ୍ର ଉପସ୍ଥିତ ରହି ସେବାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ଅଧ୍ୟାପକ ଜନ୍ମେଜୟ ପ୍ରଧାନ, ନୀଲମ ସ୍ୱୟାନ, କର୍ମଚାରୀ ଅବିନାଶ ରାଉତ, ବିଭୂତି ଭୂଷଣ ପହି, ରଘୁନାଥ ରାଉତ, ଘନଶ୍ୟାମ ମୁଖି ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।