ପିପୁଲସ କଲେଜରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳନ
ବୁଗୁଡା, (ଅନୀଲ କୁମାର ମହାରଣା): ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା ୟୁନିଟ- ୧ ଓ ୨ ବିଭାଗ ପକ୍ଷରୁ ୟୁନିଟ- ୨ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ରଶ୍ମିତା ସାମନ୍ତରାଙ୍କ ତତ୍ତ୍ୱାବଧାନରେ ଏନଏସଏସ ର୍ ପ୍ରତିଷ୍ଠା ଦିବସ କଲେଜ ପରିସରରେ ସେପ୍ଟେମ୍ବର ୨୪ ତାରିଖ ଦିନ ପାଳନ ହୋଇଯାଇଛି। ୧୯୬୯ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ସେବା ଯୋଜନା ପ୍ରତିଷ୍ଠା ହୋଇଥିବା ପରିପ୍ରେକ୍ଷୀରେ ପିପୁଲସ କଲେଜରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଅର୍ଥନୀତି ବିଭାଗ ଅଧ୍ୟାପିକା ଭି ସନ୍ତୋଷୀ ରାଜୁ, ଲାଇବ୍ରେରୀ ରକ୍ଷକ ରସ୍ମିତା ମିଶ୍ର ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ୪୦ ଜଣ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ୯ ଜଣ ସ୍ୱେଚ୍ଛାସେବୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ +୩ ଶେଷ ବର୍ଷର ଛାତ୍ରୀ ମାମାଲି ନାହାକ ପ୍ରଥମ ସ୍ଥାନ ଅଧିକାର କରିଥିବା ସହ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ପୁରସ୍କାର ପାଇଥିଲେ।