ସ୍ୱାମୀ ଚିଦାନନ୍ଦଙ୍କ ପୂଣ୍ୟତିଥି ଆରାଧନା ଦିବସ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପୂଣ୍ୟତିଥି ଆରାଧନା ଦିବସ ନିଆଳି ଗ୍ରାମସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଶ୍ୱଶାନ୍ତି ନିମନ୍ତେ ତ୍ରିଦିବସୀୟ ମହାମନ୍ତ୍ର ନାମ ସଙ୍କୀର୍ତ୍ତନ, ବୃକ୍ଷରୋପଣ, ସତସଙ୍ଗ, ଗୀତାପାଠ, ସହସ୍ରନାମ ଜପ, ନଗର ପରିକ୍ରମା, ସ୍ୱାମୀ ଚିଦାନନ୍ଦ ଦର୍ଶନ ତ୍ସୋତ୍ର ପାଠ କରାଯାଇଥିଲା।ଏହି ଅବସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଅମର କୁମାର ନାୟକ, ବଡଚଣା ସରପଞ୍ଚ,ସମିତିସଭ୍ୟ, ମଣ୍ଡଳ ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱାମୀ ଚିଦାନନ୍ଦଙ୍କ ଦର୍ଶନ ତତ୍ୱ ଉପରେ ଆଲୋଚନା କରିଥିଲେ। ଏହାପରେ ଗ୍ରାମର ନାଗାର୍ଜ୍ଜୁନ ଜେନା, ବିଜୟ ଦାସ, ସଚିଦାନନ୍ଦ ଜେନା, ଭୋବନୀ ଦାସ, ଭାଗବତ ସାମଲ, ବାଉଁ ମଲିକ, ଭାଗ୍ୟଧର ସାମଲ, ରାମଚନ୍ଦ୍ର ସାମଲ, ବାଇନ କୁମାର ଜେନା, ଧୋଇ ସାମଲ, ଦିନ ଜେନା, ନୃସିଂହ ଦାସ, ଗଗନ ଜେନା, ବାଇଧର ସେନାପତି, ଜିତୁ ଜେନା, ପୁନମ ନାୟକ, ହେଲେନା ଜେନା, ବିପିନ ଜେନା, କୁଳମଣୀ ନାୟକ ପ୍ରମୁଖ ଗ୍ରାମର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ଅର୍ଚ୍ଚନା ଗୋଏଙ୍କା, ଅଜୟ କୁମାର ଗୋଏଙ୍କାଙ୍କ ଭଳି ଭକ୍ତମାନେ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ ଓ ସହଯୋଗ କରିଥିଲେ। ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ