ନନ୍ଦିପଦା ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ହାଟଡ଼ିହି,(ଓ୍ବାଇଏନଏସ): ସ୍ୱାଧୀନତା ସଂଗ୍ରାମୀ ତଥା ଦିବଂଗତ ମହାପୁରୁଷ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ନନ୍ଦିପଦା ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି l ନନ୍ଦିପଦା ଥାନାର ଆଇଆଇସି ଧର୍ମେନ୍ଦ୍ର ଶାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।   ଏହି ଉପଲକ୍ଷେ ହାଟଡ଼ିହି ବ୍ଲକ ଠାରୁ ଆରମ୍ଭ ହୋଇ ମରୈଗାଁ ବଜାର ବୁଲି ଥାନା ଯାଏଁ ଏକ ଏକତା ଦୌଡ  ଅନୁଷ୍ଠିତ ହୋଇଥିଲା l ଏଥିରେ ବହୁ ସଂଖ୍ୟାରେ ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଛେନାପଦି ସ୍ଥିତ ବିଶ୍ଵତାରିଣୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ହାଟଡ଼ିହି କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ, ବିଶ୍ୱତାରିଣୀ ମହିଳା କଲେଜର ଅଧ୍ୟକ୍ଷା ଶୁଭସ୍ମିତା ପଳିତା, ଆମ ପୁଲିସ ସଦସ୍ୟ ସୁଧାଂଶୁ ଶେଖର ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ, ବୀରେନ୍ଦ୍ର ବିଶ୍ୱାଳ, ଦୁଃଶାସନ ସାହୁ, କୃଷ୍ଣଚନ୍ଦ୍ର ଜେନା, ମନମୋହନ ବେହେରାଙ୍କ ସମେତ ସମାଜସେବୀ ଶରତ ଚନ୍ଦ୍ର ସେଠୀ,  ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଇନ୍ସପେକ୍ଟର ବଳିଆ ବାରିକ, ଏସ.ଆଇ ଅନୁପ କୁମାର କର, ବିନୀତା ଲାକ୍ରା, ଗୋପାଳକୃଷ୍ଣ ମିଶ୍ର, ଏଏସଆଇ ସୁଷମା ସୁନ୍ଦରୀ ସେଠୀ, ଜମ୍ବୁବତୀ ପାତ୍ର, ପ୍ରମୁଖ ପରିଚାଳନା କରିଥିଲେ l ଲକ୍ଷ୍ମୀପ୍ରିୟା ବଳ, ପାନମଣି ସୋରେନ, ଅଜୟ କୁମାର ନାୟକ, ମହେଶ୍ୱର ଖୁଣ୍ଟିଆ, ଜୟକୃଷ୍ଣ ଦାସ, ଅନୀଲ କୁମାର ସାହୁ, ନାରାୟଣ ସେଠୀ, ରଞ୍ଜନ ପ୍ରଧାନ, ପିତାମ୍ବର ମହାନ୍ତ ପ୍ରମୁଖ ପୁଲିସ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଏହି ଅବସରରେ ନନ୍ଦିପଦା ପୁଲିସ ପକ୍ଷରୁ ଦୁଇ କଲେଜରେ ଅନୁଷ୍ଠିତ ହୋଇଥିବା ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  l ଏଥିରେ କୃତୀ ପ୍ରତିଯୋଗୀଙ୍କ ମଧ୍ୟରୁ ସୁପ୍ରିୟା ପ୍ରିୟଦର୍ଶିନୀ ଜେନା, ଏଲିଜା ପଣ୍ଡା, ମଧୁମିତା ଖଟୁଆ, ସାଇଶକ୍ତି ଜେନା, ଶୁଭଲକ୍ଷ୍ମୀ ରାଉତ, ତପସ୍ୱିନୀ ଦେହୁରୀ, ବର୍ଷାରାଣୀ ଜେନା ପ୍ରମୁଖଙ୍କୁ ୧ମ, ୨ୟ ଓ ୩ୟ ସ୍ଥାନରେ ନନ୍ଦିପଦା ଥାନା ପକ୍ଷରୁ ପୁରସ୍କୃତ କରାଯାଇଥିଲା l ଭାରତକୁ ଏକତା ମାଧ୍ୟମରେ ଅଖଣ୍ଡ ଓ ଶାନ୍ତିପୂର୍ଣ୍ଣ ଭାବେ ବଜାୟ ରଖିବା ନେଇ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିବାନେଇ ଆଇଆଇସି ଶ୍ରୀ ଶାନ୍ତି ଓ ଏସ.ଆଇ ଶ୍ରୀ ମିଶ୍ର ଉପସ୍ଥିତଙ୍କୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ