ଜାତୀୟ ଯୁବ ଦିବସ ପାଳିତ

ଆସିକା(ୱାଇଏନ୍‍ଏସ୍‍) : ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲର ସାହିତ୍ୟ ସୃଜନୀ କ୍ଳବର ସଂଯୋଜିକା ସହକାରୀ ଶିକ୍ଷୟିତ୍ରୀ ମନ୍ଦାକିନୀ ପ୍ରଧାନଙ୍କ ସଂଯୋଜନାରେ ସୋମବାର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ବହୁମୁଖୀ ପ୍ରତିଭା, ଜୀବନୀ, ବାଣୀ, ନୀତି ଓ ଆଦର୍ଶ ଉପରେ ଆଲୋକପାତ କରିବା ସାଙ୍ଗକୁ ସ୍ୱାମୀ ବିବେକାନନ୍ଦ ଯୁବ ପ୍ରେରଣାର ଉତ୍ସ ଓ ଭାରତବର୍ଷର ଅଦ୍ୱିତୀୟ ଯୁବଶକ୍ତିର ପ୍ରତୀକ ଓ ଯୁବ ସମାଜର ଆଦର୍ଶ ଥିଲେ ବୋଲି ପ୍ରକାଶ କରି ଯୁବସମାଜ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲର ସାହିତ୍ୟ ସୃଜନୀ କ୍ଳବ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଜାତୀୟ ଯୁବ ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ମନ୍ଦାକିନୀ ପ୍ରଧାନ, ରୁଦ୍ରପ୍ରସାଦ ସେଠୀ, କିରାଣୀ ଆଶାଲତା ପ୍ରଧାନ, କର୍ମଚାରୀ ପ୍ରଶାନ୍ତ କୁମାର ମୁନି ଓ ନୀଳମାଧବ ସ୍ୱାଇଁଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ