ହାଟଡିହି କଲେଜରେ ଜାତୀୟ ଯୁବ ଦିବସ ସମୂହ ବନ୍ଦେମାତରଂ ଗାନ
ହାଟଡିହି (ଓ୍ବାଇଏନଏସ): ହାଟଡିହି କଲେଜରେ ଜାତୀୟ ଯୁବ ଦିବସ ଓ ସମୂହ ବନ୍ଦେମାତରଂ ଗାନ ଅନୁଷ୍ଠିତ ହୋଇଯାଇଛି। ଆଜି କଲେଜର ଅଧକ୍ଷ ଚିତ୍ତରଞ୍ଜନ ରାଉତଙ୍କ ତତ୍ବାବଧାନରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ଦିନ ୧୧ଟା ବେଳେ ବନ୍ଦେମାତରଂ ଗାନ କରିଥିଲେ। ପରେ କଲେଜ ପରିସରର ଜାତୀୟ ଯୁବ ଦିବସ ଅନୁଷ୍ଠିତ ହୋଇଥିଲା। ଅଧକ୍ଷ ଚିତ୍ତରଞ୍ଜନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ଯୁବ ଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ଅଜୟ ଦାଶ ଓ ବିଶ୍ୱରଂଜନ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧକ୍ଷ ଚିତ୍ତରଞ୍ଜନ ରାଉତ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଅଧ୍ୟାପକ ରବୀନ୍ଦ୍ର ଜେନା, ଚକ୍ରଧର ଦାସ, ପ୍ରିୟଙ୍କା ମହାନ୍ତି, ନିଲମ ସ୍ୱଂୟଆ ଚୁମୁକି ନାୟକ, ଜ୍ୟୋତିରୂପା ମଲ୍ଲିକ, ସ୍ଵାଗତିକା ନାୟକ, ଅଭିନାଶ ରାଉତ, ଜଳଧର ଦାସ ପ୍ରମୁଖ ଯୋଗଦେଇ ଆଜିର ଯୁବ ସମାଜ କିପରି ଦେଶ ଗଢିବାରେ ପ୍ରମୁଖ ଭୂମିକା ନେଇପାରିବେ ସେ ବିବିଷୟରେ ଆଲୋକପାତ କରିଥିଲେ।


