ନାଉଗାଁ ବ୍ଲକ କଂଗ୍ରେସର ମଶାଲ ଶୋଭାଯାତ୍ରା

ନାଉଗାଁ  (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କଂଗ୍ରେସ ଦଳ ତରଫରୁ ନାରୀ ନ୍ୟାୟ, ନିଖୋଜ ୬୦ହଜାର ମହିଳାଙ୍କୁ ଉଦ୍ଧାର ଓ ପେଟ୍ରୋଲ, ଗ୍ୟାସ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ବ୍ଲକଛକ ଠାରୁ ନାଉଗାଁ ବଜାର ପର୍ଯ୍ୟନ୍ତ ଏକ ମଶାଲ ଶେଭାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ବିଚିତ୍ରାନନ୍ଦ ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାେରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସୁବ୍ରତ ରାୟ,ବରିଷ୍ଠ ନେତା ପ୍ରହଲ୍ଲାଦ ବିଶ୍ୱାଳ, ପୂର୍ବତନ ରାଜ୍ୟ ଛାତ୍ର ଉପସଭାପତି ପ୍ରିତମ ପରିଜା, ରମେଶ ମୁଦୁଲି, ତରୁଣ ନାୟକ, ମନୋଜ ଦାସ, ବିଜୟ କୁମାର ବେହେରା, ଅଜୟ ବାରିକ, ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ବିଶ୍ୱାଳଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ