ଲାଲାଶାସନ ଗ୍ରାମର କରୁଣାମୟୀ ମା ବିମଳା ଦେବୀଙ୍କ ପୀଠରେ ନବରାତ୍ରୀ ପୂଜା

ଆସିକା  (ୱାଇଏନ୍‍ଏସ୍‍) ଆସିକା ଏନ୍‍ଏସି ଅନ୍ତର୍ଗତ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମ ନିକଟରେ ଦୀର୍ଘ ବର୍ଷ ହେଲା ପୂଜା ପାଇ ଆସୁଥିବା କଲ୍ୟାଣମୟୀ, ଶକ୍ତି ପ୍ରଦାୟିନୀ, ମୁକ୍ତିଦାୟିନୀ, ମୋକ୍ଷ ଦାୟିନୀ, ଶତୃ ସଂହାରିଣୀ, ଅନ୍ନ ପ୍ରଦାୟିନୀ, ଅଭୟ ଦାୟିନୀ, ଭକ୍ତବତ୍ସଳା, କରୁଣାମୟୀ ମା’ ବିମଳା ଦେବୀଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶରେ ଗତ ୨୨ତାରିଖ ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ନବରାତ୍ରୀ ପୂଜା ଚାଲୁ ରହିଥବା ଲକ୍ଷ୍ୟ କରାଯାଇଛି। ନବରାତ୍ର ପୂଜା ସମୟରେ ମା’ ବିମଳା ଦେବୀଙ୍କୁ ଦର୍ଶନ କଲେ ଅଧିକ ପୂଣ୍ୟ ମିଳେ ବୋଲି ପରମ୍ପରା ଥିବା ଦୃଷ୍ଟିରୁ ଏହି ପୀଠରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗିଥାଏ । ମା’ ବିମଳା ଦେବୀଙ୍କ ମହିମା ଯୁଗେ ଯୁଗେ ବର୍ଣ୍ଣନାତୀତ । ବର୍ଷକର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ନବରାତ୍ରୀ ଅବସରରେ ମା’ବିମଳା ଦେବୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ହୋମଯଜ୍ଞ ତଥା ବିଶେଷ ପୂଜାର୍ଚ୍ଚନା ଚାଲୁଥିବା ବେଳେ ଅଷ୍ଟମୀ ତିଥି ଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ବିଦ୍ୱାନ ପଣ୍ଡିତମାନଙ୍କ ଚଣ୍ଡୀପାଠରେ ମନ୍ଦିର ପରିବେଶ ଗୁଂଜରିତ ହୋଇପଡିଥାଏ । ମା ବିମଳା ଦେବୀଙ୍କ ମନ୍ଦିରରେ ନବରାତ୍ର ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ସାଂଧ୍ୟ ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧିପାଇଥାଏ । ଶଙ୍ଖ ଧ୍ୱନୀ, ହୁଳହୁଳି ଓ ଘଣ୍ଟଢ଼ୋଲର ତାଳେ ତାଳେ ଶ୍ରଦ୍ଧାଳୁ ଭକ୍ତମାନେ ବିମୋହିତ ହୋଇ ପଡ଼ୁଥିଲା ବେଳେ ମନ୍ଦିର ଭିତରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ମା’ ବିମଳା ଦେବୀ ମନ୍ଦିର ପରିଚାଳନା କମିଟି, ଲାଲାଶାସନ ଗ୍ରାମ୍ୟ କମିଟି, ଶାସ୍ତ୍ରୀନଗର ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳବାସୀ ଓ ଯୁବପିଢୀଙ୍କ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ନବରାତ୍ରୀ ପୂଜା କାର୍ଯ୍ୟକ୍ରମକୁ କିଭଳି ବିଧିବିଧାନ ଅନୁଯାୟୀ ସମାପ୍ତ କରାଯିବ ଓ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି। ମା ବିମଳା ଦେବୀଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ଅଷ୍ଟମୀ ପୂଜାରେ କର୍ତ୍ତା ରୂପେ ଦୁର୍ନିତି ବିରୋଧରେ ଆମେ ସଂଗଠନର ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଓ ତାଙ୍କ ପତ୍ନୀ ଉଷାରାଣୀ ତ୍ରିପାଠୀ ଏବଂ ସହଯୋଗୀ କର୍ତ୍ତା ରୂପେ ଆଧ୍ୟାତ୍ମିକପ୍ରେମୀ ଦୁର୍ଗାମାଧବ ତ୍ରିପାଠୀ ଏବଂ ତାଙ୍କ ସହଧର୍ମିଣୀ ସାବିତ୍ରୀ ତ୍ରିପାଠୀ ନିଷ୍ଠାର ସହ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରିଥିଲା ବେଳେ ମୁଖ୍ୟ ପୂଜକ ଦିଲୀପ କୁମାର କର ଓ ମନ୍ଦିର ପୂଜକ ସନ୍ୟାସୀ ପାଣିଗ୍ରାହୀ (ବୁଢା) ଉପସ୍ଥିତ ରହି ଅଷ୍ଟମୀ ପୂଜାର୍ଚ୍ଚନା କାର୍ଯ୍ୟରେ ନିୟୋଜିତ ଥିଲା ବେଳେ ଆଧ୍ୟାତ୍ମିକପ୍ରେମୀ ପ୍ରମୋଦ କୁମାର ତ୍ରିପାଠୀ, ପ୍ରଫୁଲ ଚନ୍ଦ୍ର ତ୍ରିପାଠୀ, ପ୍ରମିତା ତ୍ରିପାଠୀ, ରାଧାମାଧବ ତ୍ରିପାଠୀ, ଦେବବ୍ରତ ତ୍ରିପାଠୀ, ଭାରତୀ ତ୍ରିପାଠୀ, ନିକି ତ୍ରିପାଠୀ, ଶିବ ପ୍ରସାଦ ଶତପଥୀ, ହିମାଂଶୁ ଶେଖର ତ୍ରିପାଠୀ, ପ୍ରଦୀପ କୁମାର ଶତପଥୀ, ଗଙ୍ଗାଧର ଶତପଥୀ, ସୁନିଲ୍‍ କୁମାର ମିଶ୍ର, ସୀତାରାମ ହୋତା ପ୍ରମୁଖ ସୁପରିଚାଳନାରେ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି। ଆସ୍ଥା ଓ ବିଶ୍ୱାସର ପ୍ରତୀକ ଆସିକାର କଲ୍ୟାଣମୟୀ ମା ବିମଳା ଦେବୀଙ୍କ ପୀଠରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ଜଗତ୍‍ ଜନନୀ ମା ବିମଳା ଦେବୀଙ୍କ ପୀଠରେ ପ୍ରତିବର୍ଷ ନୀତିକାନ୍ତି ଅନୁଯାୟୀ ଉତ୍ସାହ ଓ ଉଦ୍ଦୀପନାର ସହ ନବରାତ୍ରୀ ପୂଜା ପାଳନ କରାଯାଉଛି । ଶକ୍ତି ସ୍ୱରୂପିଣୀ କରୁଣାମୟୀ ମା ବିମଳା ଦେବୀଙ୍କ ମହିମା ଯୁଗେ ଯୁଗେ ବର୍ଣ୍ଣନାତୀତ । ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଶ୍ରଦ୍ଧାଳୁ ଭକ୍ତ ନିଜର ମାନସିକ ପୂରଣ ପାଇଁ ଏହି ମା’ ବିମଳା ଦେବୀଙ୍କ ପୀଠକୁ ଆସିଥାନ୍ତି । ଜଗତଜନନୀ ମା’ ବିମଳା ଦେବୀ ପ୍ରସନ୍ନ ହେଲେ ପ୍ରତ୍ୟେକ କାର୍ଯ୍ୟ ସିଦ୍ଧ ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜିଲ୍ଲା ତଥା ଜିଲ୍ଲା ବାହାରର ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମା’ ବିମଳା ଦେବୀଙ୍କ କରୁଣା ଲାଭ କରିବା ଉଦ୍ଦେଶ୍ୟରେ ଏହି ପୀଠକୁ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ