ପିଏସ ମହାବିଦ୍ୟାଳୟ ରେ ନବୀନତ୍ତ୍ୱ ଏବଂ ଷ୍ଟାର୍ଟ ଅପ୍ ପ୍ରତିଯୋଗୀତା ଆୟୋଜିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ଧାରଣା, ନୂଆ ସ୍ୱପ୍ନ, ନୂଆ ଭବିଷ୍ୟତ” ଭାବନା କୁ ନେଇ ପଞ୍ଚାୟତ ସମିତି ମହାବିଦ୍ୟାଳୟ , ଝୁମ୍ପୁରା ଠାରେ ନବୀନତ୍ତ୍ୱ ଏବଂ ଷ୍ଟାର୍ଟ ଅପ୍ ବିଷୟରେ ଯୁକ୍ତ ତିନି ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗୀତାରେ ମୂଲ୍ୟାଙ୍କନ କରିବା ନିମିତ୍ତ ତିନିଜଣ ବିଚାରକ ମଣ୍ଡଳୀ ଯୋଗ ଦେଇଥିଲେ। ଅତିଥିମାନଙ୍କ ମଧ୍ୟରେ ଡ଼ଃ. ଅମୁଲ୍ୟ କୁମାର ପ୍ରଧାନ ଅବସରପ୍ରାପ୍ତ ରିଡର, ଏବଂ ଡ଼ଃ. ଲଳିତ ମୋହନ ମହାନ୍ତ ଅବସରପ୍ରାପ୍ତ ରିଡର ତଥା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ , ରମାକାନ୍ତ ପ୍ରଧାନ, ଅବସରପ୍ରାପ୍ତ ରିଡର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅଧ୍ୟକ୍ଷ ମହୋଦୟ ତାଙ୍କ ଅଭିଭାଷଣରେ କହିଥିଲେ ଯେ – “ଆଜିର ଯୁବପିଢ଼ୀ ନୂଆ ଧାରଣା, ସୃଜନଶୀଳତା ଓ ସ୍ଟାର୍ଟଅପ୍ ମାଧ୍ୟମରେ ଦେଶର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନର ପ୍ରେରକ ଶକ୍ତି ହେବାର ସାମର୍ଥ୍ୟ ରଖେ।” ଏହି ପ୍ରତିଯୋଗିତାରେ ୩୫ ଜଣ ଛାତ୍ରଛାତ୍ରୀ ନିଜର ନବୀନତ୍ତ୍ଵ ଚିନ୍ତାଧାରା ଓ ଷ୍ଟାର୍ଟଅପ୍ ସଂପର୍କିତ ବ୍ୟବସାୟିକ ସ୍ବଦଭ ପଠନ କରିଥିଲେ।ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମଧୁମିତା ଟୁଡୁ (ଅର୍ଥନୀତି ବିଭାଗ) , ଦ୍ୱିତୀୟ ସ୍ଥାନ କରିଥିବା ପ୍ରତୀକ୍ଷା ପ୍ରଧାନ (ରାଜନୀତି ବିଜ୍ଞାନ) ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଯମୁନା ରାଣୀ ବାରିକ (ଇତିହାସ ବିଭାଗ) ଙ୍କୁ ଅର୍ଥରାଶି ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ଅଂଶ ଗ୍ରହଣକାରୀ ଙ୍କୁ ମଧ୍ୟ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବେଣୁଧର ମହାନ୍ତ, ପ୍ରଦ୍ୟୁମ୍ନ କିଶୋର ବେଉରା , ବିନାୟକ ମହାନ୍ତ, ବିଷ୍ଣୁ ଚରଣ ସାହୁ, ଅରୁଣ କୁମାର ମେହେର(ନୋଡାଲ ଅଧିକାରୀ) ଦିଲୀପ କୁମାର ସେଠ୍, ଡ଼ଃ ଶୁଭସ୍ମିତା ପଣ୍ଡା, କଲ୍ୟାଣୀ ଗିରି, ନଳିନୀ ଗିରି , ଚିନ୍ମୟୀ ପରିଡ଼ା ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।


