ଏନ୍ବିସି ମହାବିଦ୍ୟାଳୟର ରାଜନିତୀ ବିଜ୍ଞାନ ବିଭାଗର ଆଲୋଚନାଚକ୍ର
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ସିଲୁ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ, ସାଧନ ବ୍ୟକ୍ତି ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଅଧ୍ୟାପକ ଉଦିତ୍ ନାରାୟଣ ଦାଶ ପ୍ରମୁଖ ଯୋଗଦେଇ ମାନବାଧିକାର-ଗଣତନ୍ତ୍ରର ସଫଳତା ପାଇଁ ଏକ ଅପରିହାର୍ଯ୍ୟ ଭିତ୍ତିଭୂମୀ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିଲେ । କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପାଠ୍ୟକ୍ରମର ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ର ରାଜେଶ୍ କୁମାର ମଲିକ ଓ ଦ୍ୱିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ସୋନାଲୀ ବିଷୋୟୀ ଏହି ଆଲୋଚନାଚକ୍ରର ସନ୍ଦର୍ଭ ଉପସ୍ଥାପନ କରିଥିଲା ବେଳେ ସେମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଏନ୍ବିସି କଲେଜର ଓଡିଆ ବିଭାଗର ମୁଖ୍ୟ ତଥା ଶୈକ୍ଷିକ ଅଧିକାରୀ ଅଧ୍ୟାପକ ଡଃ କୁନା ସୁନା ପାଠଚକ୍ର ସମ୍ବନ୍ଧରେ ବହୁ ଉପାଦେୟ ସୂଚନା ପ୍ରଦାନ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପାଠଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଭିଷେକ ବେହେରା, ରୁଦ୍ରମାଧବ ମହାନ୍ତି, ଡଃ କୁନା ସୁନା, ସିଲୁ ସେଠୀ, ପ୍ରଫୁଲ କାଣ୍ଡଗୋରୀ, ଆଲୋକ ପ୍ରଧାନ, ଉପେନ୍ଦ୍ର ମାଝୀ, ଡଃ ଜୀବନକୃଷ୍ଣ ଦାଶ, ଅଜିତ୍ କୁମାର ପଟ୍ଟନାୟକ, ଅଜିତ୍ କୁମାର ମହାପାତ୍ର, ସଚ୍ଚିନ୍ ଜେନା, ରଘୁନାଥ ପ୍ରଧାନ, ସ୍ୱପ୍ନାରାଣୀ ପଟ୍ଟନାୟକ, ସୁଜାତା ସିଂ, ସୁଶ୍ରୀ ସଙ୍ଗୀତା ପଟ୍ଟନାୟକ, ସୁଶ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ଯସ୍ମିନୀ କୁମାର ନାୟକ, ସୁଶ୍ରୀ କିରଣ ଡାକୁଆ, ପ୍ରିୟଙ୍କା ସ୍ୱାଇଁ, ସୁଶ୍ରୀ ସୁଜାତା ଟେଟେ, ସୁଶ୍ରୀ ରାଜେଶ୍ୱରୀ ରଥ, ସୁଶ୍ରୀ କେ.ସ୍ମିତା ପାତ୍ର, ସୁଶ୍ରୀ ସୁଚିସ୍ମିତା ପଟ୍ଟନାୟକ, ସୁଶ୍ରୀ ଶୁଭଶ୍ରୀ ସାହୁ, ସୁଶ୍ରୀ ଯାଜ୍ଞସେନୀ ପ୍ରଧାନଙ୍କ ସମେତ ରାଜନୀତି ବିଜ୍ଞାନ ପାଠ୍ୟକ୍ରମର ବିଦ୍ୟାର୍ଥୀ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।