ଏନ୍‍ବିସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସଫଳତା: ବିଜ୍ଞାନରେ ସନ୍ଧ୍ୟାରାଣୀ ଓ କଳାରେ ଝରଣା ଟପ୍ପର

ଆସିକା  (ୱାଇଏନ୍‍ଏସ୍‍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ଦ୍ୱିତୀୟ ବର୍ଷ ବାଣିଜ୍ୟ, କଳା, ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପାଇସାରିଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଯୁକ୍ତ ଦୁଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ଓ କଳା ପରୀକ୍ଷାରେ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରିଛନ୍ତି । ନିମିନା ବୃନ୍ଦାବନ ଚନ୍ଦ୍ର ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଛାତ୍ରୀ ସନ୍ଧ୍ୟାରାଣୀ ଗୌଡ ଓ କଳା ପାଠ୍ୟକ୍ରମରେ ଝରଣା ଦଳବେହେରା ଟପ୍ପର ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ଲକ୍ଷ୍ୟ କରାଯାଇଛି । ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ଓ କଳା ପାଠ୍ୟକ୍ରମରେ ଟପ୍ପର ହୋଇଥିବା ବିଦ୍ୟାର୍ଥୀ ସନ୍ଧ୍ୟାରାଣୀ ଗୌଡ ଓ କଳା ପାଠ୍ୟକ୍ରମରେ ଟପ୍ପର ହୋଇଥିବା ମେଧାବୀ ଛାତ୍ରୀ ଝରଣା ଦଳବେହେରା ଏହି ପୁରାତନ ଶିକ୍ଷାନୁଷ୍ଟାନର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା, ପରିବାରବର୍ଗଙ୍କ ପ୍ରେରଣା ଏବଂ ନିଜର କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିବାରେ ସହାୟକ ହୋଇଛି ବୋଲି ପ୍ରକାଶ କରିଛନ୍ତି । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅମର କୁମାର ବିଷୋୟୀ, ଅଧ୍ୟାପକ ଡଃ ହରିଶଙ୍କର ପାଣ୍ଡେ, ଡଃ କୁନା ସୁନା, ମନୁ ସ୍ୱାଇଁ, ପ୍ରମୋଦ କୁମାର ଆପଟ, ଅଭିଷେକ ବେହେରା, ରଦ୍ରମାଧବ ମହାନ୍ତି, ବିକାଶ ଦିଗଲ୍‍, ଅଜିତ୍‍ କୁମାର ପଟ୍ଟନାୟକ, ଅଜିତ୍‍ କୁମାର ମହାପାତ୍ର, ଅନୁପ୍‍ କୁମାର ଷଡଙ୍ଗୀ, ପ୍ରଫୁଲ କାଣ୍ଡୋଗୋରୀ, ଅଜିତ୍‍ କୁମାର ମୁଖୀ, ଅଲୋକ ପ୍ରଧାନ, ସିଲୁ ସେଠୀ, ଉପେନ୍ଦ୍ର ମାଝୀ, ଡଃ ଜୀବନକୃଷ୍ଣ ଦାଶ, ରଘୁନାଥ ପ୍ରଧାନ, ସଚ୍ଚିନ୍‍ ଜେନା, ସୁଶ୍ରୀ ସଙ୍ଗୀତା ମହାନ୍ତି, ସୁଜାତା ସିଂ, ଯସ୍ମିନ୍‍ ନାୟକ, ସୁଜାତା ଟେଟେ, ସ୍ୱପ୍ନାରାଣୀ ପଟ୍ଟନାୟକ, ଶୁଭଶ୍ରୀ ସାହୁ, ସୁଚିସ୍ମିତା ପଟ୍ଟନାୟକ, ଅର୍ପିତା ପ୍ରିୟଦର୍ଶିନୀ, ପ୍ରିୟଙ୍କା ସ୍ୱାଇଁ, କେ.ସ୍ମିତା ପାତ୍ର, କିରଣ ଡାକୁଆ, ଯାଜ୍ଞସେନୀ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଚଳିତ ସିଏଚ୍‌ଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ