ଟେକନିକାଲ୍ ହାଇସ୍କୁଲରେ ଏନ୍ସିସି (ଏ) ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଅନ୍ତର୍ଗତ କଲେଜଛକ ସ୍ଥିତ ସରକାରୀ ଟେକନିକାଲ୍ ହାଇସ୍କୁଲ ପରିସରରେ ବ୍ରହ୍ମପୁୁର ଏନ୍ସିସି ବାଟାଲିୟନ୍ ନେଭାଲ୍-୧ (ଓଡିଶା) ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏନ୍ସିସି (ଏ) ସାର୍ଟିିଫିକେଟ୍ ପରୀକ୍ଷା ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଏନ୍ସିସି (ଏ) ସାର୍ଟିଫିକେଟ ପରୀକ୍ଷାରେ ଟେକନିକାଲ୍ ହାଇସ୍କୁଲ ଆସିକା, ହରିହର ହାଇସ୍କୁଲ ଆସିକା, ଭଂଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଂଜ ହାଇସ୍କୁଲ ଏବଂ ସୋରଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୯୪ ଜଣ ଏନ୍ସିସି କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ । ଆସିକା ସରକାରୀ ଟେକନିକାଲ୍ ହାଇସ୍କୁଲର ଏନ୍ସିସି ଅଫିସର ତଥା କ୍ରୀଡାଶିକ୍ଷକ କୈଳାଶ ଗୌଡଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଏନ୍ସିସି (ଏ) ସାର୍ଟିଫିକେଟ୍ ପରୀକ୍ଷାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପଣ୍ଡା, ଏନ୍ସିସି ଅଫିସର ସ୍ଥାୟୀ ଶିକ୍ଷାଦାନ ଅଧିକାରୀ ବିଶ୍ୱଜିତ୍ ଜେନା ଓ କାର୍ଯ୍ୟାଳୟ କର୍ମଚାରୀ ଶିବ ବେହେରା ପ୍ରମୁଖ ଯୋଗଦେଇ ଏନ୍ସିସି (ଏ) ସାର୍ଟିଫିକେଟ୍ ପରୀକ୍ଷା ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଏନ୍ସିସି କ୍ୟାଡେଟ୍ ମାନେ ସେବା ମନୋଭାବ ନେଇ ସମାଜସେବା ଓ ଦେଶଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇ ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ଏନ୍ସିସି କ୍ୟାଡେଟ୍ ମାନଙ୍କ ଭୂମିକା ଉପରେ ବହୁ ଶିକ୍ଷଣୀୟ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ଏନ୍ସିସି (ଏ) ସାର୍ଟିଫିକେଟ୍ ପରୀକ୍ଷାରେ ଭାଗ ନେଇଥିବା କ୍ୟାଡେଟ୍ ମାନଙ୍କ ପ୍ୟାରେଡ୍, ଲିଖିତ ଓ ମୌଖିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଆସିକା ବ୍ଳକ ଅନ୍ତର୍ଗତ କଲେଜଛକ ସ୍ଥିତ ସରକାରୀ ଟେକନିକାଲ୍ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଏନ୍ସିସି (ଏ) ସାର୍ଟିଫିକେଟ୍ ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ତଦାରଖକାରୀ ଅଫିସର ରୂପେ ମନୋରଂଜନ ପଣ୍ଡା, ଚିନ୍ମୟ କୁମାର ପାଣିଗ୍ରାହୀ, ସୁନିଲ୍ କୁମାର ନାୟକଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍ସିସି କ୍ୟାଡେଟ୍ମାନେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଛି ।


