ଏନସିସିର ଆନ୍ତର୍ଜାତୀୟ ଯୋଗ ଦିବସ
କଟକ (ଓ୍ବାଇଏନଏସ): କଟକ ସ୍ଥିତ ସିଲଭର୍ ସିଟି ବୋଟ କ୍ଲବ ପଡ଼ିଆରେ କଟକ ଗ୍ରୁପ ଏନସିସି ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ଶିବିର ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜନ କରଯାଇଥିଲା ll ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ କଟକ ମହାନଗର ନିଗମର ମାନ୍ୟବର ନଗରପାଳ ଶ୍ରୀଯୁକ୍ତ ସୁଭାସଚନ୍ଦ୍ର ସିଂହ ଯୋଗଦେଇ ସମବେତ ଏନସିସି ଯୁବପିଢ଼ିଙ୍କ ମଧ୍ୟରେ ସାମଗ୍ରିକ କଲ୍ୟାଣ, ଆତ୍ମ-ଶୃଙ୍ଖଳା ଏବଂ ଜାତୀୟ ଗର୍ବର ମୂଲ୍ୟବୋଧକୁ ବୃଦ୍ଧି କରିବାରେ ଯୋଗର ଆବଶ୍ୟକତା ଓ ଏନସିସି ପରିବାରର ପ୍ରୟାସକୁ ଶ୍ରୀଯୁକ୍ତ ସିଂହ ପ୍ରଶଂସା କରିବା ସହ ଯୋଗ ବସୁଧୈବ କୁଟୁମ୍ବକମର ଭାରତୀୟ ଦର୍ଶନକୁ ପ୍ରତିଫଳିତ କରେ ବୋଲି ଆଲୋକପାତ କରିଥିଲେ l ବିଶିଷ୍ଟ ଅତିଥି ଭାବରେ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ବରିଷ୍ଟ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ପତି ଯୋଗଦେଇ ଶାରୀରିକ ଓ ମାନସିକତା ସୁସ୍ଥତା ଏବଂ ଭାବପ୍ରବଣ ସନ୍ତୁଳନ ବଜାୟ ରଖିବାରେ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ବିଭିନ୍ନ ଶିକ୍ଷାନୁଷ୍ଠାନର ସ୍ଥଳସେନା, ନୌସେନା ଏବଂ ବାୟୁସେନା ବିଭାଗ ଏନସିସିର ୧୦୦୦ ରୁ ଉର୍ଦ୍ଧ୍ବ କ୍ୟାଡେଟମାନଙ୍କର ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ସକାଳ ୬ଘଟିକା ୩୦ ମିନିଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା “ଏକ ପୃଥିବୀ ପାଇଁ ଯୋଗ, ଏକ ସ୍ୱାସ୍ଥ୍ୟ” ଶୀର୍ଷକ ମୁଖ୍ୟ ବିଷୟବସ୍ତୁ ଉପରେ ପରିଚାଳିତ ଏହି ମହାନ ଯୋଗଭ୍ୟାସକୁ କଟକ ପତଞ୍ଜଳୀ ଯୋଗ ସମିତିର ଦକ୍ଷ ଯୋଗଗୁରୁଙ୍କ ଦ୍ଵାରା ବିଭିନ୍ନ ଯୋଗ ଆସନ କରଯାଇଥିଲା ଯାହା କ୍ୟାଡେଟମାନଙ୍କର ଶୃଙ୍ଖଳା, ଶକ୍ତି ଏବଂ ଆତ୍ମାକୁ ପ୍ରଦର୍ଶନ କରିଥିଲା। ବରିଷ୍ଠ ଏନସିସି ଅଧିକାରୀ, ଶିକ୍ଷାନୁଷ୍ଠନମୁଖ୍ୟ , ବରିଷ୍ଟ ନାଗରିକ ଏବଂ ପ୍ରତିରକ୍ଷା ପ୍ରତିଷ୍ଠାନର ମାନ୍ୟଗଣ୍ୟ ବ୍ୟକ୍ତି, ସହଯୋଗୀ ଏନସିସି ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଏକ ସମନ୍ୱିତ ସାମୂହିକ ଯୋଗ ପ୍ରଦର୍ଶନ, ପ୍ରେରଣାଦାୟକ ଆଲୋଚନା ଏବଂ କ୍ୟାଡେଟମାନଙ୍କ ଦ୍ୱାରା ଯୋଗକୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ସାମିଲ କରିବା ପାଇଁ ପ୍ରତିଜ୍ଞା କରାଯାଇଥିଲା। ସ୍ୱାସ୍ଥ୍ୟ, ସୁସ୍ଥତା ଏବଂପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରୁଥିବା ଜାତୀୟ ପଦକ୍ଷେପ ପ୍ରତି ଏନସିସିର ପ୍ରତିବଦ୍ଧତାକୁ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟର ନିର୍ଦେଶକ କର୍ଣ୍ଣେଲ ସ୍ବାଇଁ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟର ଏନସିସି ଅଧିକାରୀ କ୍ୟାପଟେନ ଅକ୍ଷୟ କୁମାର ଦାଶ ଓ ପ୍ରଥମ ଓଡ଼ିଶା ବାଟାଲିୟନ ଏନସିସିପରିଚାଳନା କରୁଥିଲେ ମନ, ଶରୀର ଏବଂ ପ୍ରକୃତି ମଧ୍ୟରେ ସମନ୍ୱୟର ବାର୍ତ୍ତାକୁ ଆହୁରି ସୁଦୃଢ଼ କରି “ହରିତ ଯୋଗ” ପ୍ରୟାସ ଅନ୍ତର୍ଗତ ବୃକ୍ଷରୋପଣ ଅଭିଯାନ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା।