NCSTC ଆନୁକୁଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଲଡ଼ା (କାଶୀନଗର) ଏବଂ ଡ଼କ୍ଟର ଗଣପତି ସାବତ ଫାଉଣ୍ଡେସନ NCSTC ଆନୁକୁଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ସହ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇସାରିଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷୀନି ପାଢ଼ୀ ଅଧ୍ୟକ୍ଷତା କରିଥିବାବେଳେ ଫାଉଣ୍ଡେସନର ମୁଖ୍ୟ ଡକ୍ଟର ଗଣପତି ସାବତ, ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ମୁଖ୍ୟ ବକ୍ତା । ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି, ବିଚିତ୍ରାନନ୍ଦ ବେବର୍ତ୍ତା, ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଜେନା ଜାତୀୟ ଭାବନା ୨୦୨୨ର ଉଦ୍ଦେଶ୍ୟ “ପୋଷଣୀୟ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସମ୍ମିଳିତ ପ୍ରୟାସ”ସଂପର୍କରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ । ଆଜି ଥିଲା ଏହି କର୍ମଶାଳାର ତୃତୀୟ ଏବଂ ଶେଷ ଦିବସ। କାର୍ଯ୍ୟକ୍ରମ ଶେଷରେ ଗୀତ, ନୃତ୍ୟ, ଅଭିନୟ,ସାଙ୍ଗକୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷୟତ୍ରୀ, ନମିତା ପ୍ରଧାନ, ଶିକ୍ଷକ ମାନସ ରଞ୍ଜନ ଡାକୁଆ, ବିକାଶ ସାହୁ, ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I


