ନବୀନ ପଟ୍ଟନାୟକ ଅସୁସ୍ଥ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ
ଭୁବନେଶ୍ଵର (ସମୀର ରଞ୍ଜନ ନାୟକ ): ବିଗିଡ଼ିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟ। ତାଙ୍କୁ ଭୁବନେଶ୍ଵର ସ୍ଥିତ ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ ହେତୁ ରବିବାର ସନ୍ଧ୍ୟା ୫ଟା ୧୫ ମିନିଟ୍ରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ଏବଂ ସୁସ୍ଥ ହେଉଥିବା ଜଣା ଯାଇଛି। ଯଦି ଦେଖିବା ନିକଟରେ ଜୁନ୍ ମାସ ୨୦ ତାରିଖରେ ମୁମ୍ୱାଇ ଯାଇଥିଲେ ଅସ୍ତ୍ରୋପଚାର ପାଇଁ। ମୁମ୍ବାଇ ସ୍ଥିତ କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ନବୀନଙ୍କର ସର୍ଭାଇକାଲ୍ ଆର୍ଥରାଇଟିସ୍ର ଅସ୍ତ୍ରୋପଚାର ସରିବା ପରେ ସେ ସୁସ୍ଥ ହୋଇ ଭିବନେଶ୍ୱର ଫେରିଥିଲେ।ହେଲେ ଏବେ ସେ ପୁଣିଥିରେ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।