ନାଉଗାଁ ବ୍ଳକରେ ନେତାଜୀ ଜୟନ୍ତୀ ପାଳିତ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବାଂଶ ଗ୍ରାମରେ ନେତାଜୀ ଜୟନ୍ତୀ କମିଟି ଆନୁକୂଲ୍ୟରେ ଶୁକ୍ରବାର ନେତାଜୀ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଗ୍ରାମରେ ଥିବା ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କମିଟିର ଆବାହକ ସୁବାସ ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ ଗ୍ରାମର ବରିଷ୍ଠ ନାଗରିକ ହାଡିବନ୍ଧୁ ସେଠୀ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସଂପାଦକ ବୈଜୟନ୍ତୀ ସ୍ୱାଇଁ,ବାସୁଦେବ ଜୀୟୁ ବାସୁଦେବ ଡ୍ରାମାଟିକ କ୍ଳବର ସଂପାଦକ ଆଲୋକ କୁମାର ଦାସ, ଏଆକେକେଏମଏସର ଟୁକୁନା ଦାସ,ଛବିନ୍ଦ୍ର ଭୋଇ, ବୀର କିଶୋର ମଲିକ, ମଳୟ କୁମାର ଦାସ, ସୂର୍ଣ୍ଣଲତା କାଣ୍ଡୀ,ସ୍ୱାଧିନୀ ସାମଲ, ଶିକ୍ଷୟିତ୍ରୀ ଲିପିକାରାଣୀ ଲେଙ୍କା, ଛାତ୍ର ସୂର୍ଯ୍ୟାଂଶ ବିଦ୍ୟା ସାଗର, ଛାତ୍ରୀ ଇତିଶ୍ରୀ ବିଶ୍ୱାଳ, ଅଭିପସା ମୁଦୁଲି, ପୂଜା କାଣ୍ଡି ପ୍ରମୁଖ ଯୋଗ ଦେଇ ନେତାଜୀଙ୍କର ତ୍ୟାଗପୁତ ଜୀବନ ଉପରେ ଆଲୋଚନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ।


