ସମୀର ଟିଭିଏସ ପକ୍ଷରୁ ନେତାଜୀ ଜୟନ୍ତୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ଟିଭିଏସ ରେ ନେତାଜୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ନେତାଜୀଙ୍କ ଆଦର୍ଶ ଓ ତାଙ୍କର ବଳିଦାନ ଉପରେ ସମୀର ଟିଭିଏସର ନିର୍ଦ୍ଦେଶକ ସମୀର କୁମାର ଚାନ୍ଦ ସାରଗର୍ଭକ ଅଭିଭାଷଣ ପ୍ରଦାନ କରି ଉପସ୍ଥିତ ପିଲାମାନଙ୍କୁ ବୁଝାଇଥିଲେ। ଏଥିସହିତ ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ପିଲାମାନଙ୍କୁ ନିଶା ଦ୍ରବ୍ୟ ପରିତ୍ୟାଗ କରିବାକୁ ଶପଥପାଠ କରାଇଥିଲେ। ଅନୁଷ୍ଠାନ ପକ୍ଷରୁ ହୋଇଥିବା ରକ୍ତଦାନ ଶିବିରରେ ଶ୍ରୀ ଚାନ୍ଦ ସ୍ୱେଛାକୃତ ରକ୍ତଦାନ କରିବା ସହିତ ରକ୍ତଦାନ କରିଥିବା ଅନ୍ୟ ପିଲାମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତ ବେହେରା, କ୍ଷିତିଶ କୁମାର କର, ସୁବାଷ ସ୍ୱାଇଁ, ସୁଶାନ୍ତ କୁମାର ମହାନ୍ତିଙ୍କ ସହିତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ