ଦୁଇବର୍ଷ ହେଲା ଆସୁନି ନୂତନ ଭତ୍ତା, ନୂତନ ଭତ୍ତା ଅପେକ୍ଷାରେ ୩୭୦୦ ଆଶାୟୀ

ହାଟଡିହି , (ଓ୍ବାଇଏନଏସ) : ସରକାର ଗରିବ ବୃଦ୍ଧ, ବୃଦ୍ଧା, ବିଧବା, ନିରାଶ୍ରୟ, ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସାମାଜିକ ନିରାପତ୍ତା ଯୋଜନାରେ ଯୋଗାଇ ଦେଉଛନ୍ତି ଭତ୍ତା। ବର୍ତମାନ ସୁଧା କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ରେ ୩୭୦୦ ଆଶାୟୀ ଭତ୍ତା ପାଇଁ ଆବେଦନ କରି ବର୍ଷ ବର୍ଷ ହେଲା ଅପେକ୍ଷାରେ ଅଛନ୍ତି।  ଗତ ସାଧରଣ ନିର୍ବାଚନ ପୂର୍ବରୁ ବ୍ଲକରେ ୧୫୦୦ ଲୋକଙ୍କୁ ଭତ୍ତା ମଞ୍ଜୁର ହୋଇଥିବାବେଳେ ନିର୍ବାଚନ ପରେ ଆଉ ନୂଆଭତ୍ତା ମଞ୍ଜୁର ହୋଇନାହିଁ । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବର୍ତମାନ ସୁଧା ବ୍ଲକର ୩୧ଟି ପଞ୍ଚାୟତରେ  ମଧୁବାବୁ ପେନସନ୍ ଯୋଜନାରେ ୧୪୯୩୨ ଜଣ ଭତ୍ତା ପାଉଥିବା ବେଳେ ଇନ୍ଦିରାଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୭୫୨୫ଜଣ ଭତ୍ତା ପାଉଛନ୍ତି । ଯେଉଁମାନଙ୍କର ଙ୍କର ବାର୍ଷିକ ଆୟ ୬୦ହଜାରରୁ କମ୍ ଥିବ, ବୟସ ୬୦ବର୍ଷରୁ ଉର୍ଦ୍ଧ ହୋଇଥିବ ସେମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ ବୋଲି ନିୟମ ରହିଛି। ସେହିପରି ଭିନ୍ନକ୍ଷମଙ୍କ କ୍ଷେତ୍ରରେ ୪୦ଭାଗ ଭିନ୍ନକ୍ଷମ ପ୍ରମାଣପତ୍ର ଜରୁରୀ ରହିଛି।  ଏସବୁ ଯୋଗ୍ୟତା ଥାଇ ଏବେବି ୩୭୦୦ଜଣ ଆଶାୟୀ ଭତ୍ତା ପାଇବା ଅପେକ୍ଷାରେ ରହିଛନ୍ତି। ସେହିପରି ଏବେ ଉଭୟ ଯୋଜନାରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ୨ହଜାର ହିତାଧିକାରୀ ୩୫୦୦ ଟଙ୍କା ଭତ୍ତା ପାଉଥିବା ବେଳେ ୩୫୦ ରୁ ଉର୍ଦ୍ଧ୍ଵ ହିତାଧିକାରୀ ୩୫୦୦ ଟଙ୍କା ଭତ୍ତା ପାଇବା ଅପେକ୍ଷାରେ ଅଛନ୍ତି। ସେମାନଙ୍କୁ ବର୍ଦ୍ଧିତ ଭତ୍ତା ମିଳୁ ନଥିବାରୁ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏ ସମ୍ପର୍କରେ ବ୍ଲକ ସାମାଜିକ ନିରାପତ୍ତା ଅଧିକାରୀ ସ୍ଵାତିଶ୍ରୀ ସିଂ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସରକାର ନୂଆ ଭତ୍ତା ଅନୁମୋଦିତ କରି ନାହାନ୍ତି। ଯାହାଦ୍ୱାରା ନୂତନ ହିତାଧିକାରୀ ଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ପାରୁନି। ସେହିପରି ବର୍ଦ୍ଧିତ ଭତ୍ତା ପାଇଁ ତାଲିକା ଯାଇଛି, ପର୍ଯ୍ୟାୟ କ୍ରମେ ଆସୁଛି, ଅନୁମୋଦନ ହୋଇ ଆସିଲେ ସମସ୍ତଙ୍କୁ ଦେଇ ଦିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ