ହାଟଡିହିରେ ନୁତନ ବ୍ଲକ ଶିକ୍ଷା ଅଧିକାରୀ ନିଯୁକ୍ତି
ହାଟଡିହି (ବିକାଶ ବିଶ୍ବାଳ) ହାଟଡିହି ବ୍ଲକରେ ନୁତନ ବ୍ଲକ ଶିକ୍ଷା ଅଧିକାରୀ ଭାବେ ରାଜୀବ ଦଳେଇ ନିଯୁକ୍ତି ହୋଇଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇଙ୍କ ଅବସରପରେ ଦୀର୍ଘ ମାସ ହେଲା ଏଠାରେ ବ୍ଲକ ଶିକ୍ଷା ଅଧିକାରୀ ପଦ ଫାଙ୍କା ପଡ଼ିଥିଲା। ସେହିଦିନ ଠାରୁ ଆନନ୍ଦପୁର ବି.ଏନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓଁକାର ଅନ୍ୱେଷ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ। ଗତକାଲି ଗଣଶିକ୍ଷା ବିଭାଗର ଆଦେଶନଂ ୧୨୧୩୧ ତା ୨୮/୪/୨୦୨୫ରେ ବାହାରିଥିବା ନିର୍ଦ୍ଦେଶ ନାମାରେ ମଇଦାନକେଲା ପ୍ରଗତୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜୀବ ଦଳେଇଙ୍କୁ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଜଣେ ସ୍ଥାୟୀ ବିଇଓଙ୍କୁ ନିଯୁକ୍ତି ଦିଆଯିବା ପରେ ଶିକ୍ଷକଙ୍କ ମହଲରେ ଉତ୍ସାହ ଓ ଆନନ୍ଦ ଖେଳିଯାଇଛି ।