ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

କେନ୍ଦ୍ରାପଡ଼ା (ଚିିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସୋମବାର ନୂତନ ଅଧ୍ୟକ୍ଷ ଭାବେ ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନା ଯୋଗ ଦେଇଛନ୍ତି। ନୂତନ ଅଧ୍ୟକ୍ଷ ଶ୍ରୀ ଜେନାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସଞ୍ଜୀବ କୁମାର ମହାନ୍ତି ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ନୂତନ ଅଧ୍ୟକ୍ଷ ଶ୍ରୀ ଜେନାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ପୁରାତନ ଅଧ୍ୟକ୍ଷ ଡ. ମହାନ୍ତିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ଅଧ୍ୟକ୍ଷ ଶ୍ରୀ ଜେନା ଯାଜପୁର ଜିଲ୍ଲାର ବରୀ ରାମନ୍ଦ୍ରପୁରସ୍ଥିତ ଗୋପବନ୍ଧୁ ଚୈାଧୁରୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ଅଧ୍ୟକ୍ଷ ଶ୍ରୀ ଜେନା ଏହି ଅବସରରେ କହିଛନ୍ତି ଯେ ସେ ଛାତ୍ରଛାତ୍ରୀମାନଙ୍କ ପାଠପଢା ଓ ମହାବିଦ୍ୟାଳୟର ସ୍ୱାର୍ଥରକ୍ଷା ଉପରେ ପ୍ରାଧାନ୍ୟ ଦେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ