ନୂତନ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଯୋଗଦାନ

କେନ୍ଦୁଝର (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାର ନୂତନ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ବିକାଶ କୁମାର ମହାନ୍ତି  କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦାୟିତ୍ୱରେ ଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ପରିଡାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । କାର୍ଯ୍ୟରେ ଯୋଗ ଦେବା ପରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନସ୍ଥ ବିଦ୍ୟାଳୟଗୁଡିକର ତଦାରଖ ସୁଚାରୁରୂପେ କରିବା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରବୃତ୍ତି କିପରି ଠିକ୍ ସମୟରେ ପାଇବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି । ଏସ୍ସି ବର୍ଗରେ ପୁରୁଷ ବା ମହିଳାଙ୍କୁ ବିବାହ କରିଥିବା ଅନ୍ୟ ବର୍ଗର ବ୍ୟକ୍ତିଙ୍କୁ ସରକାରଙ୍କ ନିୟମ ଅନୁସାରେ ଅର୍ଥ ରାଶି ପ୍ରଦାନ କରିବା ଓ ଆଟ୍ରୋସିଟି ପୀଡିତ ଓ ପୀଡିତାମାନଙ୍କୁ ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ଅର୍ଥରାଶି ପ୍ରଦାନ କରିବା ଦିଗରେ ସେ ତ୍ୱରିତ ପଦକ୍ଷେପ ନେବେ ବୋଲି କହିଛନ୍ତି । ସେ ଏହା ପୂର୍ବରୁ ପୁରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । କେନ୍ଦୁଝରରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଏହି ଅଧିକାରୀଙ୍କୁ ବିଭାଗର କର୍ମଚାରୀ,ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ବିଭିନ୍ନ ସଂଗଠନ ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି । ପ୍ରକାଶଯୋଗ୍ୟ ଯେ, ଚଳିତବର୍ଷ ଜୁଲାଇ ମାସରେ କେନ୍ଦୁଝର ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ଅବସର ଗ୍ରହଣ ପରେ ଉକ୍ତ ପଦବୀ ଖାଲି ରହିଥିଲା । ଉକ୍ତ ପଦବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଓଆର୍ଏସ୍ ଅଧିକାରୀ ସନ୍ତୋଷ କୁମାର ପରିଡା ଏହି ପଦବୀରେ ଅତିରିକ୍ତ ଦାୟୀତ୍ୱରେ କାର୍ଯ୍ୟ ତୁଲାଇ ଆସୁଥିଲେ । ସୂଚନାଯୋଗ୍ୟ ଯେ, ଓଡିଶା ମଙ୍ଗଳ ଅଧିକାରୀମାନଙ୍କ କ୍ୟାଡର ପୁନର୍ଗଠନ ପରେ କେନ୍ଦୁଝର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗୋଟିଏ ଜିଲ୍ଲା ମଙ୍ଗଳ ଅଧିକାରୀ ପଦବୀ ସହିତ ଗୋଟିଏ ସ୍ୱତନ୍ତ୍ର ଅଧିକାରୀ ପଦବୀ ମଧ୍ୟ ସୃଷ୍ଟି ହୋଇଛି । ଚଳିତ ମାସ ୩ ତାରିଖରେ ଏହି ପଦବୀରେ ସୁନାରାମ ସିଂହ କାର୍ଯ୍ୟରେ ଯୋଗ ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ