ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ )ଦଶହରା ପୂର୍ବରୁ ନୂତନ ଅବକାରୀ ନୀତି ଆସିବାର ସମ୍ଭାବନା ରହିଛି । ପ୍ରତିନିଧି ଦଳ ଦୁଇ ରାଜ୍ୟକୁ ଗସ୍ତ କରି ଫେରିଛନ୍ତି । ଆଗାମୀ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହିତ ନୂଆ ନୀତି ଉପରେ ଆଲୋଚନା କରାଯାଇ ତଥ୍ୟ ଦିଆଯିବଏନେଇ ସୂଚନା ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସରେ ମଦ ନୀତି ଆଣିବେ ସରକାର । ମନ୍ତ୍ରୀ କହିଛନ୍ତି ଅନ୍ୟ ରାଜ୍ୟଗୁଡିକ ଭ୍ରମଣ କରିଛନ୍ତି ଅବକାରୀ ଅଧିକାରୀ । ଦୁଇ ରାଜ୍ୟକୁ ଗସ୍ତ କରି ଫେରିଛନ୍ତି ପ୍ରତିନିଧି ଦଳ । ​​​​​​​ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନୂଆ ନୀତି ଉପରେ ଆଲୋଚନା କରାଯାଇ ସମସ୍ତ ତଥ୍ୟ ଦିଆଯିବ । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଚଳିତ ମାସରେ ନୂଆ ଅବକାରୀ ନୀତି କାର୍ଯ୍ୟ ଶେଷ ହେବ । ବର୍ତ୍ତମାନ ପୁରୁଣା ଅବକାରୀ ନୀତି ବଳବତ୍ତର ରହିଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ । ନୂଆ ନୀତିରେ ଚୋରା ମାଦକ ଦ୍ରବ୍ୟ ବିକ୍ରି ଉପରେ ରୋକ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୂର୍ଣ୍ଣ ଓଡିଶାରେ ଚଢ଼ାଉକୁ ଜୋରଦାର କରାଯାଇଛି । ଆସନ୍ତା ମାସରେ ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତିରୁ ସଚେତନତା କାର୍ଯ୍ୟକ୍ରମ ହେବ । ‘ନିଶା ନୁହେଁ ଜୀବନ’ ମାସେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ହେବ । ଚଢାଉ ହେବ ଏବଂ ସଚେତନତା କାର୍ଯ୍ୟକ୍ରମ କରାଯିବ ବିଭାଗ ପକ୍ଷରୁ କରାଯିବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ