ନୂତନ ଓଡ଼ିଆ ସଙ୍ଗୀତ ଆଲବମ “କହ କେମିତି ଏ ସମ୍ପର୍କ” ଉନ୍ମୋଚିତ
ଭଞ୍ଜନଗର(ସନ୍ତୋଷ କୁମାର ଜେନା ):- ପ୍ରେମ ଧୋକା ଉପରେ ଆଧାରିତ ଓଡ଼ିଆ ସଙ୍ଗୀତ ସିଡ଼ି “କହ କେମିତି ଏ ସମ୍ପର୍କ “ଉନ୍ମୋଚିତ ହୋଇଛି।ଘୁମୁସର ମାଟିରେ ପ୍ରଥମ ଥର ପାଇଁ ଉନ୍ମୋଚିତ ହୋଇଥବା ଓଡ଼ିଆ ଆଲବମ ରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟ କୁଲାଡ଼ ଗ୍ରାମର ଯୁବ କଳାକାର ବସନ୍ତ କୁମାର ପାଢୀ ଓରଫ ବାସୁ ଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ବେସି ପସନ୍ଦ ଆସିଛି। ଆଜି ଏହି ସଙ୍ଗୀତ ଆଲବମକୁ କୁଲାଡ଼ ମା ଭୁଇଁଆଣି ଙ୍କ ପିଠ ଠାରେ କୁଲାଡ଼ ଗ୍ରାମ ର ବିଶିଷ୍ଟ ସଂସ୍କୃତ ପଣ୍ଡିତ ଶଶାଙ୍କ କିରଣ ତ୍ରିପାଠୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ଯେତେବେଳେ ଓଡ଼ିଆ ସଙ୍ଗୀତ ଦିନକୁ ଦିନ ଲୋପ ପାଇବାରେ ଲାଗିଛି ସେତେବେଳେ କୁଲାଡ଼ ପରି ଛୋଟ ଗ୍ରାମର ଯୁବକ ନିଜର ଅଭିନୟ ର ଯାଦୁ ସାରା ଭାରତ କୁ ଦେଖାଇଛି। ବସନ୍ତ ପାଢ଼ୀ ବର୍ତ୍ତମାନ ସେ କିଛି ଚଳଚିତ୍ର ଓ ଓଟିଇଟି ପ୍ଲାଟ ଫର୍ମ ରେ ଅଭିନୟ କରୁଛିନ୍ତି।ଆଜି ର ଏହି ପ୍ରେମ ବିରହ ଉପରେ ଆଧାରିତ ଆଲବମକୁ ବହୁତ ପରିମାଣରେ ଦର୍ଶକ ଦେଖିବାକୁ ଓ ବହୁ ପରିମାଣରେ ପ୍ରଚାର କରିବାକୁ ଅନୁରୋଧ କରିଛନ୍ତି। ପିଲାଟି ଦିନରୁ କଳା ପ୍ରତି ଭଲପାଇବା ରହିଥିଲା ବାସୁଦେବ ଙ୍କର। ପିତା ପ୍ରକାଶ ପାଢ଼ୀ ମା କୁନି ପାଢ଼ୀ ଙ୍କ ପୁଅ ବାସୁଦେବ ନିଜ ଗ୍ରାମ କୁଲାଡ଼ ରେ ଦଶମ ଓ ପରେ ଭଞ୍ଜନଗର ରେ ଯୁକ୍ତ ଦୁଇ ପାସ୍ କରି ଅଭିନୟ ଦୁନିଆ ରେ ପାଦ ଦେଇଥିଲେ ପରେ ଶୁଭମ ପ୍ରଧାନ ଙ୍କ ନିର୍ଦେଶନା ରେ ପ୍ରଥମ ଥର ପାଈଁ ଏହି ଗୀତ ରେ ଅଭିନୟ କରି ନିଜର ସୁନ୍ଦର ପରିଚୟ ସୃଷ୍ଠି କରି ପାରିଛନ୍ତି ଅନ୍ୟ ମାନଙ୍କ ମଧ୍ୟରେ ସୁଶ୍ରୀ ଏବଂ ଗୌରା ଗୁଲୁଆ ଅଭିନୟ କରିଥିଲେ। ଏହାର ଶ୍ରେୟ ସେ ବାପ ମା ଶିକ୍ଷକ ଏବଂ ନିଜ ବନ୍ଧୁ ମାନଙ୍କୁ ଅର୍ପଣ କରିଛନ୍ତି।