ହଦଗଡ଼ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ
ହାଟଡିହି (ଓ୍ବାଇଏନଏସ): ହଦଗଡ଼ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ ହୋଇଯାଇଛି। ସରପଞ୍ଚ ନିରୁପମା ନନ୍ଦି ଓ ପୂର୍ବତନ ସରପଞ୍ଚ ମଦନ ମୋହନ ନନ୍ଦିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହକୁ ଉଦଘାଟନ କରିଥିଲେ। ଏହି ଅବସରରେ ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୌରାଙ୍ଗ ବେହେରା, ବୀଣା ବିନିସିଆ, ଅଭିମନ୍ୟୁ ନାଏକ, ମଦନ ମୋହନ ନନ୍ଦି, ମମତା ନାୟକ, ଅଶୋକ ଜେନା, ନିରୁପମା ନନ୍ଦୀ ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଠାରେ ପୂର୍ବରୁ କାର୍ଯ୍ୟାଳୟ ଗୃହ ନଥିବାରୁ ପଞ୍ଚାୟତ କାମ କରିବାରେ ନାନା ସମସ୍ୟା ହେଉଥିଲା। ଏହି କାର୍ଯ୍ୟାଳୟ ନିର୍ମାଣ ଦ୍ୱାରା ପଞ୍ଚାୟତର ମାସିକ ବୈଠକ ଓ ପଞ୍ଚାୟତ କାର୍ଯ୍ୟ ସୁରୁଖୁରୁରେ ଚାଲି ପାରିବ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନାୟବ ସରପଞ୍ଚ ସୁଶୀଲ ନାୟକ, ୱାର୍ଡ ସଭ୍ୟ ଜୟନ୍ତୀ ନାୟକ, ଜୁମାଲ ହୋ, ସୁନାରାମ ହେମ୍ରାମ, ଜ୍ୟୋସ୍ନାରାଣୀ ନାଏକ, ରଶ୍ମିତା ଜେନା, ମିନତୀ ଟୁଡୁ, ସବିତା ସୋରେନ, ରମାକାନ୍ତ ନାୟକ, ଆଶିଷ ନାୟକ, ଗୀତାଞ୍ଜଳୀ ନାୟକଙ୍କ ସମେତ ଶତାଧିକ ପଞ୍ଚାୟତ ବାସୀ ଯୋଗଦେଇଥିଲେ। ପିଇଓ ଉମାକାନ୍ତ ସା, ଏଡିଓ ମୋହନ ପ୍ରମୁଖ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


