ଛତ୍ରପୁର ବିଧାୟକଙ୍କ ଦ୍ୱାରା ନୂତନ ରାସନ କାର୍ଡ ପ୍ରଦାନ
ଛତ୍ରପୁର (ଓ୍ବାଇଏନଏସ) : ଛତ୍ରପୁର ଏନଏସି ପକ୍ଷରୁ ନୂତନ ରାସନ କାର୍ଡ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରିଥିଲେ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, ଛତ୍ରପୁର ଏନଏସି ର ୧୪ ନମ୍ବର ୱାର୍ଡ କାଉନସିଲର ଏମ. ଅରୁନ୍ଧତୀ ରେଡ୍ଡୀ, ୧ ନମ୍ବର ୱାର୍ଡ କାଉନ ସିଲର ଟି. ଗଣେଶ ରେଡ୍ଡୀ, ୨ ନମ୍ବର ୱାର୍ଡ କାଉନ ସିଲର ଅମରେଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ସଂଯୋଜନା କରିଥିଲେ, ପ୍ରଥମ ପର୍ଯ୍ୟାୟ ରେ ଛତ୍ରପୁର ଏନଏସିର ୧୪୧ ଜଣଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିଲା l ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି l ସମସ୍ତେ କାର୍ଯ୍ୟକ୍ରମ କୁ ଛତ୍ରପୁର ଏନଏସି କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ l