ଦିଗପହଣ୍ଡିରେ ଖୋଲିବ ନୂଆ ସବଜଜ୍ କୋର୍ଟ : ନିଯୁକ୍ତି ପାଇଲେ ବିଚାରପତି

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ନୂଆ ସବ ଜଜ୍ କୋର୍ଟ ଖୋଲିବା ପାଇଁ ମାନ୍ୟବର ଓଡ଼ିଶା   ହାଇକୋର୍ଟ ମଞ୍ଜୁରୀ କରିଛନ୍ତି।  ନୂଆ ସବଜଜ୍ କୋର୍ଟ ପାଇଁ ହାଇକୋର୍ଟ ଇତି ମଧ୍ୟରେ ବିଚାରପତି ନିଯୁକ୍ତ କରିଛନ୍ତି।ଗୁରୁବାର  ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ବିଚାରପତି ବଦଳି ତାଲିକା ପ୍ରକାରେ ବର୍ତ୍ତମାନ କଟକ ଜିଲ୍ଲା ର ଆଠଗଡ ସବଜଜ୍ ଥିବା ମହାଶ୍ବେତା ପରିଜାଙ୍କୁ ଦିଗପହଣ୍ଡିର ସବଜଜ୍ ଭାବେ ବଦଳି କରାଯାଇଛି।ଏହି ବଦଳି ଆଦେଶ ପ୍ରକାଶ ପାଇବା ପରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ରେ ଖୁସିର ଲହରୀ ଖେଳିଯାଇଛି।ଦିଗପହଣ୍ଡିରେ ସବଜଜ୍ କୋର୍ଟ ଖୋଲିବା ପାଇଁ ସ୍ଥାନୀୟ ଓକିଲ ସଂଘ ଦୀର୍ଘଦିନରୁ ଦାବୀ କରି ଆସିବା ସହ ବାରମ୍ବାର ହାଇକୋର୍ଟ ମୂଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ଦିଗପହଣ୍ଡିରେ ସବଜଜ୍ କୋର୍ଟ ଖୋଲିବା ପରେ ବହୁ ମାମଲାରେ ଅଞ୍ଚଳର ଜନସାଧାରଣ ଆଉ ବ୍ରହ୍ମପୁର ଜିଲ୍ଲା କୋର୍ଟ କୁ ଯିବାକୁ ପଡିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ