ଆସିକା ସମବାୟ ଚିନିଶିଳ୍ପରେ ନୂତନ ଆଖୁ ପରାମର୍ଶଦାତାଙ୍କ ଦାୟିତ୍ୱ ଗ୍ରହଣ
ଆସିକା(ୱାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକା ସମବାୟ ଚିିନିଶିଳ୍ପର ନୂତନ ଆଖୁ ପରାମର୍ଶଦାତା ରୂପେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର ରୂପେ ପରିଚିତ ଥିବା ବଳରାମ ସୁବୁଦ୍ଧି ଗୁରବାର ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ସମେତ ଗଜପତି, ବାଲେଶ୍ୱର, ଜଗତସିଂହପୁର, ସୁନ୍ଦରଗଡ, ମାଲକାନଗିରି ବିଭିନ୍ନ କୃଷ୍ଣ ବିଭାଗ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ସଚ୍ଚୋଟତାର ସହ କାର୍ଯ୍ୟ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜରିଆରେ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିଲେ । ଆସିକା ସମବାୟ ଚିନିଶିଳ୍ପରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଓ ପରିଚାଳନାବର୍ଗଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସାଙ୍ଗକୁ ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ୧୭ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର କରି ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସହ ଏହି ପୁରାତନ ଶିଳ୍ପାନୁଷ୍ଠାନର ପ୍ରଗତିର ରଥକୁ ଆଗେଇ ନେବା ସାଙ୍ଗକୁ ପ୍ରତିଟି କ୍ଷେତ୍ରରେ ଅଭିବୃଦ୍ଧି ଘଟାଇ ରାଜ୍ୟର ଏକ ଆଦର୍ଶ ଅଗ୍ରଣୀ ଓ ବିକଶିତ ଶିଳ୍ପାନୁଷ୍ଠାନରେ ପରିଗଣିତ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ନୂତନ ଆଖୁ ପରାମର୍ଶଦାତା ବଳରାମ ସୁବୁଦ୍ଧି ପ୍ରକାଶ ପ୍ରକାଶ କରିଛନ୍ତି । ଆସିକା ସମବାୟ ଚିନିଶିଳ୍ପର ନୂତନ ଆଖୁ ପରାମର୍ଶଦାତା ରୂପେ ନିଯୁକ୍ତି ପାଇଥିବା ବଳରାମ ସୁବୁଦ୍ଧି ଦାୟିତ୍ୱ ଗ୍ରହଣ କରିବା ପରେ ଶିଳ୍ପାନୁଷ୍ଠାନର ବରିଷ୍ଠ ପରିଚାଳକ (ପ୍ରକ୍ରିୟାକରଣ) ଇଂ ଶ୍ରୀନିବାସ ମହାପାତ୍ର, ଆଖୁ ବିଭାଗର ମୁଖ୍ୟ କିରାଣୀ ପ୍ରଶାନ୍ତ କୁମାର କର, ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ ବାଇଧର ନାହାକ, ଧ୍ରୁବଚରଣ ସାହୁ, ଚିରଞ୍ଜିବୀ ମହାନ୍ତି, ସୁକାନ୍ତ ପଣ୍ଡା, କାମେଶ୍ୱର ବେହେରା, କିରାଣୀ କେ.ଚିରଞ୍ଜିବୀ ପାତ୍ର, ଶ୍ରୀମତୀ ଅବନ୍ତି ଜେନା, ଆଖୁ ଉନ୍ନୟନ ସହାୟକ ଆଶିଷ୍ ପରିଡା, ଧବଳେଶ୍ୱର ମହାନ୍ତି, ସନ୍ତୋଷ କୁମାର ସାହୁ, ଆଖୁ ବିଭାଗର କର୍ମଚାରୀ ଅଙ୍କୁଶ ରାଓଙ୍କ ସମେତ ବହୁ କର୍ମଚାରୀ, ସମବାୟପ୍ରେମୀ, ସଚେତନ ନାଗରିକ, ବୁଦ୍ଧିଜୀବି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଥିଲା ।


