ନୂତନ ତହସିଲଦାରଙ୍କ ଯୋଗଦାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟରେ ନବ ନିଯୁକ୍ତ ତହସିଲଦାର ଭବାନି ପ୍ରସାଦ ସାହୁ କାର୍ଯ୍ୟରେ ଯୋଗଦେଇଛନ୍ତି । ପୂର୍ବରୁ ଏଠାରେ କାର୍ଯ୍ୟରତ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ଜିଲ୍ଲା କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଯାଇଛି, ନୂତନ ତହସିଲଦାର ଯୋଗ ଦେବା ଅବସରରେ ଅତିରିକ୍ତ ତହସିଲଦାର, ଆରଆଇ, ଏଆରଆଇ, ଅମିନ ସମେତ ଅନ୍ୟ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ ।ନବ ନିଯୁକ୍ତ ତହସିଲଦାର କହିଥିଲେ ସରକାରଙ୍କ ନିର୍ଦେଶ ଏଵଂ ଜନସାଧାରଣଙ୍କୁ ସୁସେଵା ଯୋଗାଇବା ଆମ ସମସ୍ତଙ୍କର ଦାୟିତ୍ୱ ।ସରକାରଙ୍କ କାର୍ଯ୍ଯନାମାକୁ ଟିମ୍ ଓ୍ବାର୍କ ଭାବେ ଆମେ ସମସ୍ତେ ମିଳିତ ଭାବେ ଆଗେଇନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ