ଚାପୁଣ୍ଡିଆରେ ରାମଚଣ୍ଡୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ହାଟଡିହି  (ଓ୍ବାଇଏନଏସ) ହାଟଡିହି ବ୍ଲକ ସମଣା ପଞ୍ଚାୟତ ଚାପୁଣ୍ଡିଆ ଗ୍ରାମବାସୀଙ୍କ ସହଯୋଗରେ ମା ରାମଚଣ୍ଡୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହ ସ୍ଥାପନ ହୋଇଯାଇଅଛି। ୩ ଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ଉତ୍ସବରେ କର୍ତ୍ତାକର୍ତ୍ତୀ ଭାବେ ଅନିରୁଦ୍ଧ ସାହୁ ଓ ତାଙ୍କ ପତ୍ନୀ ଇନ୍ଦୁମତୀ ସାହୁ ପୂଜାକାର୍ଯ୍ୟ ନିର୍ବାହ କରିଥିଲେ। ହାଟଡିହି ପଞ୍ଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ସେଠୀ,ପୂର୍ବତନ ପି.ସି.ସି ସଭାପତି ଜୟଦେବ ଜେନା,ସମଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଜଗବନ୍ଧୁ କ।ଣ୍ଡି , ନନ୍ଦୁ ଚରଣ ଜେନା ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ  ମାଆଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ । ପଣ୍ଡିତ ଅରବିନ୍ଦ ପଣ୍ଡା, ଶ୍ରୀଧର ପଣ୍ଡା , ଦୁର୍ଯ୍ୟୋଧନ ନନ୍ଦ, ସୌମ୍ୟରଞ୍ଜନ ନନ୍ଦ ଓ ଶଙ୍କର୍ଷଣ ପଣ୍ଡା  ମା” ଙ୍କ ଘଟ ସ୍ଥାପନ କରିବାସହ ମନ୍ଦୀର ପ୍ରତିଷ୍ଠା ଓ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି ମାଙ୍ଗଳିକ କାର୍ଯ୍ୟରେ  ବାମଦେବ ନାୟକ ତିନି ଦିନଧରି  ମା”ଙ୍କର ମହିମା ପ୍ରଦାନ କରିଥିଲେ। ଏହି ପ୍ରତିଷ୍ଠା କାର୍ଯ୍ୟରେ ଚାପୁଣ୍ଡିଆ ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି କର୍ଯ୍ୟଟିକୁ ସୁଚାରୁରୂପେ ସମ୍ପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ