ଗଜପତି ରାୟଗଡ଼ ବ୍ଲକରେ ନୂତନ ବିଡିଓଙ୍କ ଦାୟିତ୍ଵ ଗ୍ରହଣ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ବିଡିଓଙ୍କ ପଦଵୀକୁ ସରକାର ପୂରଣ କରିଛନ୍ତି. ନୂତନ ବିଡିଓ ଭାବେ ସନ୍ତୋଷ ବାରିକଙ୍କୁ ସରକାର ରାୟଗଡା ବ୍ଲକର ନୂତନ ବିଡ଼ିଓ ଭାବେ ଦାୟିତ୍ୱ ଦେଇଛନ୍ତି. ସେ ଶୁକ୍ରବାର ଦିନ ରାୟଗଡା ବ୍ଲକରେ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ବାଲେଶ୍ଵର ଜିଲ୍ଲାର ରେମୁଣା ବ୍ଳକରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ। ତତ୍କାକାଳୀନ ବିଡିଓ ସୁଧୀର ସିଂଙ୍କ ଅବସର ପରେ ରାୟଗଡ଼ ବ୍ଲକରେ ଦୀର୍ଘ ଦିନ ଧରି ଏହି ପଦବି ଖାଲି ଥିବା ବେଳେ ରାୟଗଡ ତହସିଲଦାର ସୁକାନ୍ତ ପ୍ରଧାନ ଭାରପ୍ରାପ୍ତ ବିଡିଓ ଦାୟିତ୍ଵ ତୁଲାଇ ଆସୁଥିଲେ । ସ୍ଥାୟୀ ବିଡିଓଙ୍କ ଯୋଗଦାନ ପାଇଁ ଅନେକ ଦିନ ହେଲା ଲୋକ ଦାବି କରି ଆସୁଥିଲେ। ବର୍ତ୍ତମାନ ସରକାର ସ୍ଥାୟୀ ବିଡ଼ିଓଙ୍କୁ ରାୟଗଡ ବ୍ଲକରେ ଦାୟିତ୍ୱ ଦେଇଥିବାରୁ ଅଞ୍ଚଳବାସୀଙ୍କ ଠାରେ ଖୁସିର ଲହରୀ ଖେଳି ଯାଇଛି. ବିଡିଓ ସନ୍ତୋଷ ବାରିକ ଦାୟିତ୍ବ ନେବା ପରେ କହିଛନ୍ତି ରାୟଗଡ ବ୍ଲକର ଉନ୍ନତି ସହ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଁ କାର୍ଯ୍ୟ କରିବି. ଏଥିସହ ବ୍ଲକ ପ୍ରଶାସନ ଗ୍ରାମାଞ୍ଚଳବାସୀଙ୍କ ନିକଟରେ ପହଞ୍ଚି ଲୋକଙ୍କୁ ସେବା ଯୋଗାଇବା ବ୍ୟବସ୍ଥା କରିବି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ