ସମାଜସେବୀଙ୍କ ନୂଆବର୍ଷର ଭେଟଘାଟ
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଞ୍ଚାୟତର ମା’ ନକ୍ତଚଣ୍ଡୀ ପୀଠ ପରିସରରେ ନୂଆବର୍ଷ ପାଳନ ଅବସରରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବ ସମାଜସେବୀ ଦୀପକ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ ଯୁବକମାନେ ଶ୍ରୀ ବିଶ୍ୱାଳଙ୍କୁ ବାଜା ବାଣ ସହିତ ବିରାଟ ପଟୁଆରରେ ସ୍ଥାନୀୟ ମୁଣ୍ଡାଳ ବଜ଼ାର ଠାରୁ ମା’ ନକ୍ତଚଣ୍ଡୀ ପୀଠ ପର୍ଯ୍ୟନ୍ତ ଆଣିଥିଲେ | ପୀଠ ନିକଟରେ ବରିଷ୍ଠ ନାଗରିକ ପ୍ରଫୁଲ୍ଲ ସାହୁଙ୍କ ସଭାପତିତ୍ୱ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ସମାଜସେବୀ ଶ୍ରୀ ବିଶ୍ୱାଳ କିପରି ସାଧାରଣ ଲୋକଙ୍କ ସହିତ ରହି ଖାଲି ନାଉଗାଁ ଅଞ୍ଚଳ ପାଇଁ ନୁହେଁ ସାରା ରାଜ୍ୟରେ ସମାଜସେବା କରୁଛନ୍ତି ତାହା ଏଠାରେ ବଖାଣି ଥିଲେ | ଏହି ସଭାରେ ଘନଶ୍ୟାମ ଓଝା , ସୁମିତ ମହାନ୍ତି ,ରଞ୍ଜିତ ରାୟ , ସୌରଭ ସେଠି, ଅଶୋକ ରାୟ , ଦୀପକ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ |


