ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବନିଯୁକ୍ତ ଗଜପତି ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି. ଗଜପତି ଜିଲ୍ଲା ବିଜେଡି ଦଳର ସୁଦକ୍ଷା ସଂଗଠିକା ସଂଯୁକ୍ତା ବେହେରାଙ୍କୁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେବା ପରେ ଜିଲ୍ଲା ବିଜେଡି ଶିବିର ଉତ୍ସାହିତ ହୋଇଛି। ନବନିଯୁକ୍ତ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ବେହେରା ପ।ରଳାଖେମୁଣ୍ଡି ସହରର ହାଇସ୍କୁଲ ଛକରେ ଥିବା ବିଜୁ ପଟ୍ଟନ।ୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସେ ଜିଲ୍ଲାରେ ଦଳକୁ ଆହୁରି ସଶକ୍ତ କରିବାକୁ ତୃଣମୂଳସ୍ତରରେ ଉଦ୍ଯମ କରି କରିବେ ବୋଲି କହିଛନ୍ତି। ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ପାରଳାଖେମୁଣ୍ଡି ପୌରାଧ୍ଯକ୍ଷା ନିର୍ମଳା ସେଠୀ, ଉପାଧ୍ଯକ୍ଷ ରଘୁରାମ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ଲେଙ୍କା ସୀମାଦ୍ରି, ଛାତ୍ର ବିଜେଡି ସଭାପତି ବିଶ୍ଵଜିତ ତ୍ରିପାଠୀଙ୍କ ସହ ଜିଲ୍ଲାର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।


