ବିଧାୟକଙ୍କ ଦ୍ୱାରା ନବନିର୍ମିତ ପାଚେରୀ ଓ ଫାଟକ ଉଦଘାଟିତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବ ନିର୍ମିତ ପାଚେରୀ ଓ ଫାଟକକୁ ଶୁକ୍ରବାର ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ଦାସ ଯୋଗ ଦେଇ ବିଦ୍ୟାଳୟରେ ଥିବା ସମସ୍ତ ସମସ୍ୟା ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପିଲାମାନଙ୍କ ଖେଳ କସରତ ପାଇଁ ଥିବା ଖେଳ ପଡିଆରେ ଏକ ପାର୍କ ନିର୍ମାଣ କରିବା ସହିତ ବିଦ୍ୟାଳୟର ଆବଶ୍ୟକୀୟ ଭିତିଭୂମି ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଗ୍ରାମାଂଚଳରେ ଏହି ଶିକ୍ଷାନୁଷ୍ଠାନ ଦ୍ୱାରା ସ୍ଥାନୀୟ ପିଲାମାନେ ଶିକ୍ଷା ଲାଭ କରି ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ପ୍ରଦର୍ଶନ କରିଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ପ୍ରର୍ଯ୍ୟାୟକ୍ରମେ ବିଦ୍ୟାଳୟରେ ଥିବା ସମସ୍ତ ସମସ୍ୟାଙ୍କୁ ସମାଧାନ କରାଯିବ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ଅକ୍ଷୟ କୁମାର ବଡୁ, ପୂର୍ବତନ ପରିଚାଳନା କମିଟିର ସଦସ୍ୟ ରବିନ୍ଦ୍ର ଓଝା, ପୂର୍ବତନ ପରିଚାଳନା କମିଟିର ସଭାପତି ନିଲୁରାମ ଜେନା, ବିଶ୍ୱନାଥ ବେହୁରା, ବିଦ୍ୟାଳୟର ଅଧ୍ୟାପକ ଡ. ନିରଞ୍ଜନ ବିଶ୍ୱାଳ ଆଦି ଯୋଗ ଦେଇଥିଲେ। ଅଧ୍ୟାପକ ଧିରେନ ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପ୍ରତାପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ହରି ପ୍ରସାଦ ପତି, ସନ୍ତୋଷ ଆଚାର୍ଯ୍ୟ, କ୍ରିଡା ଶିକ୍ଷକ ଏସ.କେ. ବର୍କତିଲ୍ଲା, ରିତେଶ ନାୟକ ଆଦି ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ