ନିଗମାନନ୍ଦ ଉଚ୍ଚ ବିଦ୍ୟାପୀଠର ଅଫିସ୍ ଗୃହ ଲୋକାର୍ପିତ
ଆସିକା (ୱାଇଏନ୍ଏସ୍): ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତର କର୍ଣ୍ଣୋଳୀ ଗ୍ରାମରେ ମେଧାବୀ ବିଦ୍ୟାର୍ଥୀଙ୍କୁ ସୃଷ୍ଟି କରିବା ଦିଗରେ ଏକ ଅନନ୍ୟ ଶିକ୍ଷାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରିଆସିଥିବା ନିଗମାନନ୍ଦ ଉଚ୍ଚ ବିଦ୍ୟାପୀଠର ଅଫିସ୍ ଗୃହ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଗମାନନ୍ଦ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଚିତ୍ତରଂଜନ ବାଡତ୍ୟାଙ୍କ ସଂଯୋଜନା ଓ ଶିକ୍ଷାନୁଷ୍ଠାନର ସଭାପତି ଜିତେନ୍ଦ୍ର କୁମାର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଉଦ୍ଘାଟିକା ରୂପେ ଖଣ୍ଡଦେଉଳି ଗ୍ରାମ ପଞ୍ଚାୟତର ସରପଞ୍ଚ ଆରତୀ ଦେବୀ ସ୍ୱାଇଁ ଯୋଗଦେଇଥିଲେ । ନିଗମାନନ୍ଦ ଉଚ୍ଚ ବିଦ୍ୟାପୀଠର ଅଫିସ୍ ଗୃହ ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟା ସାୟାନ୍ତା ଦଳେଇ, ବରିଷ୍ଠ ସମବାୟବିତ୍ ପ୍ରମୋଦ କୁମାର ସ୍ୱାଇଁ, ସମାଜସେବୀ ଇନ୍ଦ୍ରମଣି ଗୌଡ, ପ୍ରଣବ କୁମାର ବିଷୋୟୀ, ଅଶ୍ୱିନୀ କୁମାର ବିଷୋୟୀ, ଅରୁଣ କୁମାର ଦଳେଇ, ଉମାଚରଣ ଗୌଡ, ହାଡୁବନ୍ଧୁ ପାତ୍ର, ଉଦୟ ନାହାକ, ପାଣ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଓ ଶିକ୍ଷାନୁଷ୍ଠାନର ବହୁ ଶିକ୍ଷକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


